ଗାଦିବ୍ରହ୍ମ ଓ ଡେଲାଙ୍ଗ କଲେଜର ବର୍ଷିକ ଉତ୍ସବ

0 271

ଡେଲାଙ୍ଗ,୧/୨(ଏସଏସନିୟୁଜ)ଗାଦିବ୍ରହ୍ମ ଓ ଡେଲାଙ୍ଗ କଲେଜର ବାର୍ଷିକ ଉତ୍ସବ କାର୍ଯ୍ୟର୍କ୍ରମ ପୃଥକ ପୃଥକ ଭାବେ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥି, ପ୍ରାଧ୍ୟାପିକା ଡ.ପ୍ରତିଭା ମହାରଥି,ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ବିଡିଓ କ୍ଷିରୋଦ୍ର ପ୍ରଧାନ,ଗାଦିବ୍ରହ୍ମ ଓ ଡେଲାଙ୍ଗ କଲେଜର ଅଧ୍ୟକ୍ଷ ଡ.ସରୋଜ କୁମାର ପଣ୍ଡା ଓ ଡ.ଅଶୋକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୁଭ ଉଦଘଟନ କରିଥିଲେ ।ଅଧ୍ୟାପକ ତ୍ରୀନାଥ ପରିଡା ମଞ୍ଚପରିଚଳାନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଲକ୍ଷ୍ମିଧର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।ଶୃଙ୍କଳିତ ଛାତ୍ର ଜିବନ ଉପରେ ଅତିଥି ମାନେ ଗୁରୁତ୍ୱ ଆରୋପ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଅଧ୍ୟାପିକା ସ୍ନେହାଞ୍ଜଳୀ ମହାନ୍ତି,ପ୍ରମୋଦିନୀ ମହାପାତ୍ର,କବିତା ମିଶ୍ର,ଭବାନୀପ୍ରିୟଦର୍ଶିନୀ ମହାନ୍ତି,ଦିପ୍ତୀ ନାୟକ,ଜ୍ୟୋତିର୍ମୟୀ ନାୟକଅଧ୍ୟାପକ କ୍ଷିରୋଦ ଜେନା,ସମ୍ରାଟ ଗିରି ,ମହେଶ୍ୱର ଜେନା,ରମାକାନ୍ତ ପ୍ରଧାନ, ସୁକାନ୍ତ ପଣ୍ଡା,ଘନଶ୍ୟାମ ସ୍ୱାଇଁ,ସରୋଜ ବଳିୟାରସିଂହ ,ଯୁଧିଷ୍ଟିର ଘଟୁଆରୀ,ପ୍ରଶାନ୍ତ ହୋତା,ସୁବାଷ ଚନ୍ଦ୍ର ସେଠୀ,ଦାଶରଥି ବଳବନ୍ତରାୟପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.