କେପିପି ଉଚ୍ଚ ବିଦ୍ୟାଳୟରେ ଜାତୀୟ ଗ୍ରାମିଣ ଗାନ୍ଧୀ ଉତ୍ସବ

0 269

ଡେଲାଙ୍ଗ,୧/୨(ଏସଏସନିୟୁଜ)ଡେଲାଙ୍ଗ ବ୍ଲକର ମୁନିନ୍ଦା ପଂଚାୟତର କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ଜାତୀୟ ଗ୍ରାମୀଣ ଗାନ୍ଧୀ ଉତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ଡ.ଦେବେନ୍ଦ୍ର ମାନସିଂହ,ଓଷ୍ଟା ସଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି,ପରିବେଶବିତ୍ ଡ. ଦିଲ୍ଲିପ ଶ୍ରୀଚନ୍ଦନ,ତୃତୀୟ ଲିଙ୍ଗ ମଙ୍ଗଳନ୍ୟାସ ଅଧ୍ୟକ୍ଷା ମୀରା ପରିଡା ପ୍ରମୁଖ ଯୋଗଦେଇ ଗାନ୍ଧୀନିତି,ଆଦର୍ଶ ,ସତ୍ୟ,ଅହିଂସା ଆଦି ସମ୍ପର୍କରେ ଅତିଥି ମାନେ ଆଲୋକପାତ କରିଥିଲେ ।

ଗୁରୁବାରଜାତୀୟ ଗ୍ରାମିଣ ଗାନ୍ଧୀ ଉତ୍ସବ ଉଦଘାଟିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କିସ୍ ବିଶ୍ୱିଦ୍ୟାଲୟର କୂଲପତି ଫ୍ରଫେସର ହରେକୃଷ୍ଣ ଶତପଥି,ମୁଖ୍ୟବକ୍ତା ଭାବେ ପୂର୍ବତନ ସାଂସଦ ତଥା ବରିଷ୍ଠ କବି ପ୍ରସନ୍ନ ପାଟ୍ଟଶାଣୀ ,ସମ୍ମାନୀତ ଅତିଥିଭାବେ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁଭାଷ ସିଂ,ଖଦି ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ,ପ୍ରାଣୀ ସଂମ୍ପଦ ବିଭାଗ ନିର୍ଦ୍ଦେଶକ ତଥା ବିଶିଷ୍ଟ ସାହିତ୍ୟିକ ରତ୍ନାକର ରାଉତ,ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଶୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ଭିଜିଲାନ୍ସ ବିଭାଗର ଉପନିର୍ଦ୍ଦେଶକ ଦିଲ୍ଲିପ ଛୋଟରାୟ, ଅଭ୍ୟର୍ଥନା କମିଟିର ସଭାପତି ଜାଟାଧାରୀ ପରିଡା ପ୍ରମୁଖ ଉପସ୍ଥିତଥିଲେ ।ବିଶ୍ୱମୁକ୍ତିର ସମ୍ପାଦକ ଫ୍ରଫେସର ଶଶାଙ୍କ ଚୂଡାମଣୀ ଅତିଥି ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ପ୍ରଦ।।ନ କରିଥିବା ବେଳେ ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ଞ୍ଚ ପରିଚାଳନା କରିଥିଲେ ।ପ୍ରଭାତରୁ କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ପରିଷଦ, ବିଶ୍ୱମୁକ୍ତି ସଂଗଠନ ପକ୍ଷରୁ ଆୟୋଜିତ ଜାତୀୟ ଗ୍ରାମୀଣ ଗାନ୍ଧୀ ଉତ୍ସବ ଅବସରରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ଗାନ୍ଧୀପୀଠରୁ ବାହାରିଥିଲା । ଡେଲାଙ୍ଗ ହାଟ ବଜାର ପରିକ୍ରମା କରି ବିଦ୍ୟାଳୟ ପରିସରରେ ଜ୍ୟୋତି ସ୍ଥାପନକରାଯାଇଥିଲା । ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ,ଦିପକ ମିଶ୍ର,ରଶ୍ମୀରଂଜନ ପ୍ରଧାନ,ଚିତରଞ୍ଜନ ଜେନା,ସନ୍ତୋଷ କୁମାର ପାଟ୍ଟନାୟକ ପ୍ରମୁଖ ଙ୍କୁ ଏହି ଉତ୍ସବରେ ସମ୍ମାନୀତ କରାଯାଇଥିଲା । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.