ଗାଇଦଉଡି ପାଇଁ ଚାଲିଗଲା ଜୀବନ

0 300

ଡେଲାଙ୍ଗ,୧୩/୧୧(ଏସଏସନିୟୁଜ)ଘରକୁ ଫେରିପାରିଲେନାହିଁ ।ଅଧାବାଟରେ ଚାଲିଗଲା ଜଣଙ୍କର ଜୀବନ ।କିଏ ଜାଣିଥିଲା ଏପରି ଦୁର୍ଘଟଣା ଘଟିବ, ଭାଗ୍ୟର ବିଡମ୍ବନା ଥିଲା ଅଲଗା ।ଗୋଟିଏ ବାଇକରେ ଦୁଇଜଣ ଆସୁଥିବାବେଳେ ଗାଇର ଦଉଡା ଲାଗି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିସ୍‌ ।ଧିନ ରହିଛନ୍ତି ।ଏହିଭଳି ଏକ ହୃଦୟବିଦାରକ ଦୃଶ୍ୟ ଡେଲାଙ୍ଗ ରେ ଘଟିଛି ।
ଡେଲାଙ୍ଗଥାନା ଅର୍ନ୍ତଗତ ମଣିଜିପୁର ଗ୍ରାମର ଗଜେନ୍ଦ୍ରପ୍ରଧାନ ଓ ସୁଦର୍ଶନ ପତି ଏକ ବାଇକ ଯୋଗେ ଷ୍ଟେସନ ବଜାରରୁ ଘରକୁ ଫେରୁଥିଲେ ।ସେମାନେ ଆସୁଥିବାବେଳେ ଅଗ୍ନିଶ୍ରମବିଭାଗର କାର୍ଯ୍ୟାଳୟ ସାମ୍ନାରେ ଖୁଂଟରେ ବନ୍ଧା ଯାଇଥିବା ଏକ ଗାଇର ଦଉଡି ବାଇକରେ ଲାଗିଯାଇଥିଲା । ଫଳରେ ଦୁଇଜଣଯାକ ବାଇକରୁ ତଳେ ପଡିଯାଇଥିଲେ । ସଙ୍ଗେସଙ୍ଗେ ଆହତଦ୍ୱୟଙ୍କୁ ଡେଲାଙ୍ଗପ୍ରାଥମିକ ଚିକିସ୍‌।ଳୟକୁ ନିଆଯାଇଥିଲା ।ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ଭୁବନେଶ୍ୱର ନିଆଯାଇଥିଲା । କିନ୍ତୁ ସେଠାରେ ଅବସ୍ଥା ଆହୁରି ବିଗିଡିଯାଇଥିବାରୁ କଟକବଡଡାକ୍ତରଖାନାକୁ ସ୍ତାନାନ୍ତର ହେବାକୁ ପଡିଥିଲା ।ଚିକିସ୍‌। ଚାଲିଥିବାବେଳେ ଗଜେନ୍ଦ୍ରଙ୍କର ମୃତ୍ୟୁ ଘଟିଥିବାବେଳେ ସୁଦର୍ଶନ ଗୁରୁତର ଅବସ୍ତାରେ ସହ ଚିକିସ୍‌।ଧିନ ଥିବାର ଜଣାପଡିଛି ।

Leave A Reply

Your email address will not be published.