ସର୍ବଭାରତୀୟ ଗଣ୍ଡରପୁରକପ ଫୁଟବଲ ଟୁର୍ନାମେଣ୍ଟ

ଫାଇନାଲରେ ସ୍ୱର୍ଣଦେବୀ,ମାମଙ୍ଗଳା

0 64

ବାରଙ୍ଗ,୯ା୧୨(ଏସଏସନିଉଜ) କଲ୍ୟାଣପୁର ଗ୍ରାମ ପଞ୍ଚାୟତର ଗଣ୍ଡରପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍ ରେ ଚାଲୁଥିବା ସର୍ବଭାରତୀୟ ଗଣ୍ଡରପୁର କପ ଫୁଟବଲ ଟୁର୍ନାମେଣ୍ଟର ସପ୍ତମ ଦିନରେ ଗ୍ରାମାଞ୍ଚଳର ପ୍ରଥମ ସେମିଫାଇନାଲରେ ସ୍ବର୍ଣ୍ଣଦେବୀ କ୍ଲବ ବଉଳକୁଦ ୧-୦ ଗୋଲରେ ଇଲେଭେନ ଗାଁ କ୍ଲବ ତିନିଘରିଆକୁ ପରାସ୍ତକରି ପ୍ରଥମଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ୧୦ ନମ୍ବର ଜର୍ସିରେ ଖେଳୁଥିବା ଦୀନବନ୍ଧୁ ଦାସ ଖେଳର ୩୩ତମ ମିନଟରେ ଦଳକୁ ବିଜୟୀ ସୂଚକ ଗୋଲ ଦେଇଥିଲେ । ମ୍ୟାନ ଅଫଦି ମ୍ୟାଚ ଭାବେ ବଉଳକୁଦର ଦୀନବନ୍ଧୁ ଦାସଙ୍କୁ ଦିଆଯାଇଥିଲା । ସେହିପରି ଗ୍ରାମାଞ୍ଚଳର ଦ୍ୱିତୀୟ ସେମିଫାଇନାଲରେ ମା ମଙ୍ଗଳ କ୍ଲବ, ଗୋଠପୂର ୨-୦ ଗୋଲରେ ବଜରଙ୍ଗବାଲି କ୍ଲବ , ଘାଟିକିଆକୁ ହରାଇ ଦ୍ୱିତୀୟ ଦଳଭାବେ ଫାଇନାଲରେ ପ୍ରବେଶ କରିଛି । ଦଳପକ୍ଷରୁ ବିକାଶ ପଢ଼ିହାରୀ ୨୧ ତମ ମିନଟରେ ୧ ଗୋଲ ଦେଇଥିଲା ବେଳେ ଦିପୁନା ରାଉତ ଦ୍ୱିତୀୟ ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ । ଅଜିତ ରାଉତ ଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଭାବେ ଘୋଷଣା କରାଯାଇଥଲା ।
ସେହିପରି ସହରାଞ୍ଚଳର ଦ୍ୱିତୀୟ ସେମିଫାଇନାଲରେ ନିଜେରିଆ ଏକାଦଶ ଦଳ ୫-୩ ଟାଏ ବ୍ରେକରରେ ବରଗଡ଼ ୟୁନାଇଟେଡ଼କୁ ହରାଇ ଦ୍ୱିତୀୟଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ଖେଳଟି ବହୁ ସଂଘର୍ଷପୁର୍ଣ ହୋଇଥିଲା । ନାଇଜେରିଆର ୯ ନମ୍ବର ଖେଳାଳି ୩୪ ତମ ମିନଟରେ ଏକ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିବା ବେଳେ ଖେଳର ଅନ୍ତିମ ମୁହୂର୍ତରେ ବରଗଡ଼ ୟୁନାଇଟେଡ଼ର ୧୧ ନମ୍ବର ଜର୍ସି ସଂଜୀବ ଖୋରା ଏକ ଗୋଲ ଦେଇ ମ୍ୟାଚ କୁ ସମାନ ସ୍ତରରେ ଆଣିଥିଲେ । ଫଳରେ ଟାଏ ବ୍ରେକର ରେ ନାଇଜେରିଆ ଏକାଦଶ ବିଜୟୀ ଲାଭ କରିଥିଲା । ସପ୍ତମ ଦିନର ଏହି ଟୁର୍ଣାମେଂଟକୁ କଟକର ମହାନଗର ମେୟର ସୁବାସ ସିଂ ମୁଖ୍ୟଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ଆସନ୍ତାକାଲି ଗ୍ରାମାଞ୍ଚଳ ବି ଡିଭିଜନର ପ୍ରଥମ ଫାଇନାଲ ଜୟଦୁର୍ଗା କ୍ଲବ ଆମଣ ସହିତ ରଘୁନାଥଜୀଉ ଫୁଟବଲ କ୍ଲବ, ପୂରଣ ମଧ୍ୟରେ ଅନୁଷ୍ଠିତ ହେବ । ଦ୍ୱିତୀୟମ୍ୟାଚ ଟି ନାଇଜେରିଆ ଏକାଦଶ ସହିତ ଜାଗା ୟୁନାଇଟେଡ଼ କ୍ଲବ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ । ତୃତୀୟ ମ୍ୟାଚ ଟି ଗ୍ରାମାଞ୍ଚଳ ଏ ଡିଭିଜନର ମା ମଙ୍ଗଳ କ୍ଲବ ଗୋଠପୂର ସହିତ ସ୍ୱର୍ଣ୍ଣାଦେବୀ କ୍ଲବ ବଉଳକୁଦ ମଧ୍ୟରେ ଅନୁଷ୍ଠିତ ହେବ ।

 

Leave A Reply

Your email address will not be published.