ରଘୁନାଥପୁରେ କାନାରାବ୍ୟାଙ୍କର ୨୭୦ତମ ଶାଖା

0 60

ବାରଙ୍ଗ,୮ା୧୨(ଏସଏସନିଉଜ)ରାଜଧାନୀ ଉପକଣ୍ଠ ରଘୁନାଥପୁର ଗାଁମୁଣ୍ଡରେ କାନାରା ବ୍ୟାଙ୍କର ଏକଶାଖା ନୁଆକରି ଶୁକ୍ରବାରଦିନ ଖୋଲିଛି ।ଏହାକୁ ମହାପ୍ରବନ୍ଧକ ଜଗଦୀସ ଚନ୍ଦର ଏହାକୁ ଆନୁଷ୍ଠାନକ ଭାବେ ଉଦଘାଟନ କରିଥିଲେ । ଡିଭିଜିନାଲ ମ୍ୟାନେଜର ଅରବିନ୍ଦବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉଦଘାଟନୀଉସ୍‌ବରେ ଉପ-ମହାପ୍ରବନ୍ଧକ ଜିନରସିଂହା ମୁର୍ତି ,କ୍ଷେତ୍ରିୟ ପ୍ରବନ୍ଧକ ମହାମାୟାପ୍ରସାଦରାୟ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲ । ଏହି ଉଦଘାଟନୀ ଉସ୍‌ବରେ ଯୋଗଦେଇଥିବା ଗ୍ରାହକ ଓ କର୍ମଚାରୀମାନଙ୍କୁ ଉଦବୋଧନ ଦେଇ ମୁର୍ତି କହିଲେ ଯେ,ରାଜ୍ୟର ଏହାହେଉଛି ୨୭୦ତମ ଶାଖା । ଏ ଅଂଚଳରେ ନୁଆକରି ହୋଇଥିବା କାନାରା ବ୍ୟାଙ୍କର ବିଭିର୍ଣ ସୁବିଧା ଉପରେ ସେ ଆଲୋକପାତ କରିବାସହ ଏହାର ସୁବିଧା ଉଠାଇବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଶେଷରେ ଶାଖାପରିଚାଳକ ସୁମନଜେନା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.