ବାରଙ୍ଗ,୧୫/୧୨(ଏସଏସନିଊଜ)ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୨୨ତମ ସର୍ବ ଭାରତୀୟ ଗଣ୍ଡରପୁର କପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ସୋମବାର ଥିଲା ଦ୍ୱିତୀୟଦିବସ।ଦ୍ୱିତୀୟ ଦିବସର ଟର୍ଣ୍ଣମେଣ୍ଟକୁ ବିଶିଷ୍ଟ ସମାଜସେବୀ ବିନୋଦ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବିକାଶ ଅଗ୍ରୱାଲ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଗ୍ରାମାଞ୍ଚଳ ବିଭାଗର ବି ଡିଭିଜନର ପ୍ରଥମମ୍ୟାଚ ସାଇଁଶୋ ଫୁଟବଲକ୍ଲବ ଓ ଅଡଶପୂରର ଜୟଦେବ କ୍ଲବ ମଧ୍ୟରେ ହୋଇଥିଲା।ଏଥିରେ ସାଇଁଶୋ ଫୁଟବଲକ୍ଲବ ୫-୪ ଟ୍ରାଇବ୍ରେକର ରେ ଜୟଦେବ କ୍ଳବକୁ ପରାସ୍ତ କରି ଥିଲା।ସେହିଭଳି ଗ୍ରାମାଞ୍ଚଳର ଦ୍ୱିତୀୟ ମ୍ୟାଚ ଉତ୍ତମପୁର ଫୁଟବଲ କ୍ଲବ ଓ ନରିଶୋ କଣ୍ଟାପଡ଼ା ମଧ୍ୟରେ ହୋଇଥିଲା।ଏଥିରେ ଉତ୍ତମପୁର ୬-୫ ଟ୍ରାଇବ୍ରେକରରେ କଣ୍ଟାପଡାକୁ ପରାସ୍ତ କରି କ୍ୱାଟର ଫାଇନାଲ ପହଞ୍ଚିଛି । ସେହିପରି ଗ୍ରାମାଞ୍ଚଳ ବିଭାଗର ଏ ଡିଭିଜନର ପ୍ରଥମ୍ ମ୍ୟାଚ୍ଗୋଠପୁରର ମା ମଙ୍ଗଳା କ୍ଲବ୫-୪ ଟ୍ରାଇବ୍ରେକର ରେ ଇଉନିଭରସାଲ କ୍ଲବ କୁରଙ୍ଗକୁ ପରାସ୍ତ କରି କ୍ୱାଟରଫାଇନାଲକୁ ପ୍ରବେଶ କରିଥିଲା। ଦଳପକ୍ଷରୁ ଖେଳାଳି ଅଜିତ ରାଉତଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା।
ଦ୍ୱିତୀୟମ୍ୟାଚ ସ୍ଵର୍ଣ୍ଣଦେବୀ କ୍ଲବ ବାଉଳକୁଦ ୪-୦ ଗୋଲରେ କୁଜିମହଲ କୁ ପରାସ୍ତକରି କ୍ୱାଟର ଫାଇନାଲ କୁ ପ୍ରବେଶ କରିଥିଲା।ଦଳପକ୍ଷରୁ ଦୀନବନ୍ଧୁ ଦାସଙ୍କୁ ମ୍ୟାନଅଫଦିମ୍ୟାଚ୍ ଘୋଷଣା କରାଯାଇଥିଲା। ସେହିପରି ସହରାଞ୍ଚଳ ବିଭାଗ ତରଫରୁ ଓଡ଼ିଶା ପୋଲିସଦଳ ସହ ସନରାଇଜ କ୍ଲବ୍ ମଧ୍ୟରେ ଖେଳ ହୋଇଥିଲା । ଓଡ଼ିଶା ପୋଲିସ ଦଳପକ୍ଷରୁ ଖେଳର ୨୫ ମିନିଟ୍ ରେ ଜର୍ସିନମ୍ବର ୯ ଗୁରୁସେନ୍ ଟୁଡୁ ଏକ ଗୋଲ ଦେଇଥିବାବେଳେ ଦିତୀୟର୍ଦ୍ଧରେ ୭୪ ତମ ମିନିଟ୍ ରେ ସନରାଇଜ କ୍ଲବ୍ ପକ୍ଷରୁ ଜର୍ସିନମ୍ବର ୧୦ ବିଷ୍ଣୁପ୍ରଧାନ ଏକ ଗୋଲଦେଇ ଖେଳକୁ ସମାନ ସ୍ତରକୁ ଆଣିଥିଲେ । ଫଳରେ ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାକୁ ଗୋଲ ଦେଇ ପାରି ନଥିଲେ । ଟ୍ରାଇବ୍ରେକର ଜରିଆରେ ଓଡ଼ିଶା ପୋଲିସ ୮- ୭ ଗୋଲରେ ସନରାଇଜ କ୍ଲବ୍ କୁ ପରାସ୍ତ କରି ସେମି ଫାଇନାଲ ରେ ପହଞ୍ଚିଛନ୍ତି।ୟୁନାଇଟେଡ ୟୁଥ୍ ସ୍ପୋର୍ଟସ କ୍ଲବର ସଦସ୍ୟମାନେ ଏହାକୁ ପରିଚାଳନା କରିଥିଲେ।
ଗଣ୍ଡରପୁରକପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ଦ୍ୱିତୀୟଦିବସ
Prev Post
Next Post
