ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟବଲଟୁର୍ଣ୍ଣାମେଣ୍ଟ

ସେମିରେ ଜଗା ୟୁନାଇଟେଡ

0 147

 

ବାରଙ୍ଗ,୬/୧୨(ଏସଏସନିଉଜ) ଗଣ୍ଡରପୁର ୟୁନାଇଟେଡ ୟୁଥ୍ ସ୍ପୋର୍ଡସ କ୍ଲବ ଆନୁକୂଲ୍ୟରେ ଗଣ୍ଡରପୁର ଗ୍ରାମ ପାଖ ବିଜୁପଟ୍ଟନାୟକ ମିନିଷ୍ଟାଡିୟମ ରେ ଚାଲିଥିବା ୨୦ତମ ଆମନ୍ତଣୀୟ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ମଙ୍ଗଳବାର ଥିଲା ତୃତୀୟ ଦିବସ।୩ଟି ପର୍ୟ୍ୟାୟ ରେ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯାଉଛି।ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟିତ କରିଥିଲେ।ମଙ୍ଗଳବାର ଗ୍ରାମାଞ୍ଚଳ ବର୍ଗରେ ଦୁଇଟି ଓ ସହରାଞ୍ଚଳରୁ ଗୋଟିଏ ମ୍ୟାଚ୍ ଖେଳା ଯାଇଥିଲା।ଗ୍ରାମାଞ୍ଚଳ ବର୍ଗରେ ପ୍ରଥମ ମ୍ୟାଚ୍ ଗୋଠପୁର ମା” ମଙ୍ଗଳା କ୍ଲବ ସହ ତିନିଘରିଆ ଇଲେଭେନ ଗନ୍ କ୍ଲବ ମଧ୍ୟରେ ଖେଳ ହୋଇଥିଲା।

ନିଦ୍ଧାରିତ ସମୟରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହେବାରୁ ଟ୍ରାଇବ୍ରେକରରେ ଗୋଠପୁର ୫-୩ ଗୋଲରେ ବିଜୟୀ ହୋଇ କ୍ବାଟରଫାଇନାଲକୁ ଉର୍ତ୍ତୀନ ହୋଇଛି।ଦ୍ବିତୀୟ ମ୍ୟାଚ୍ ରେ ବଉଳକୁଦ ସ୍ବର୍ଣ୍ଣଦେବୀ କ୍ଲବ ୨-୦ ଗୋଲରେ ବେଲଗଛିଆକୁ ହରାଇ କ୍ବାଟରଫାଇନାଲକୁ ପ୍ରବେଶ କରିଛି।ତୃତୀମ ମ୍ୟାଚ୍ ସହରାଞ୍ଚଳର ହୋଇଥିଲା।ଏଥିରେ ଭୁବନେଶ୍ବର ଜଗା ୟୁନାଇଟେଡ କ୍ଲବ ପ୍ରଥମାର୍ଦ୍ଦରେ ୧-୦ଗୋଲରେ ଭଦ୍ରକ ୟୁନାଇଟେଡ କ୍ଲବକୁ ହରାଇ ସେମିଫାଇନାଲକୁ ପ୍ରବେଶ କରିଛି।ଗ୍ରାମାଞ୍ଚଳର ଗୋଠପୁର ଦଳର ଖଗୁ ବାସକେ,ବଉଳକୁଦ ଦଳର ଦିନବନ୍ଧୁ ଦାସ ମ୍ୟାନ ଅଫଦି ମ୍ୟାଚ୍ ହୋଇଥିବା ବେଳେ ସହରାଞ୍ଚଳରୁ ଜଗା ୟୁନାଇଟେଡ କ୍ଲବର ସୁବ୍ରତ ନାୟକ ମ୍ୟାନଅଫଦି ମ୍ୟାଚ୍ ହୋଇଥିଲେ। ବୁଧବାର ଗ୍ରାମାଞ୍ଚଳରୁ ଦୁଇଟି ମ୍ୟାଚ୍ ଅନୁଷ୍ଟିତ ହେବ।ପ୍ରଥମ ମ୍ୟାଚ୍ ବରାହୀପୁର ସୁପ୍ରିମ ଫୁଟବଲ କ୍ଲବ ସହ ଉଷୁମା ମଦନମୋହନ କ୍ଲବ ମଧ୍ୟରେ ହେବ।ଦ୍ବିତୀୟ ମ୍ୟାଚ୍ ଘାଟିକିଆ ବଜରଙ୍ଗବାଲି କ୍ଲବ ସହ ଟାଙ୍ଗିବନ୍ତ ବାବା ବାଞ୍ଝାମଣି କ୍ଲବ ମଧ୍ୟରେ ଖେଳାଯିବ ବୋଲି କ୍ଲବର ସମ୍ପାଦକ ମାନସ ରଞନ ପଢିଆରୀ ସୂଚନା ଦେଇଛନ୍ତି।ଏହି ଟୁର୍ଣ୍ଣାମେଣ୍ଟକୁ ସୁଦିପ ଦାସ,ରାଜୁ ମହାନ୍ତି,ବ୍ରହ୍ମାନନ୍ଦ ଭୋଇ,ସଂଞିବ୍ ଦାସ,ଅରୁଣ ନାୟକ,ଜ୍ୟୋତିରଞନ ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ।

Leave A Reply

Your email address will not be published.