ଗାନ୍ଧୀ ପୀଠରୁ ଗୋପବନ୍ଧୁ ପୀଠକୁ ପଦଯାତ୍ରା

0 378

ଡେଲାଙ୍ଗ ୧୮/୧୦ (ଏସଏସନିୟୁଜ ) ଡେଲାଙ୍ଗ ବ୍ଲକର ଗାନ୍ଧୀ ପ୍ରଗତି ପ୍ରତିଷ୍ଠାନର ଅବାହକ ଅନୁପ କୁମାର ପରିଡାଙ୍କ ନେତୃତ୍ୱରେ ଆଜି ପ୍ରତିଷ୍ଠାନ ପକ୍ଷରୁ ନିଶାନିବାରଣ ଓ କରୋନା ସଚେତନତା ପଦଯାତ୍ରା ଶୁଭଆରମ୍ଭ ହୋଇଯାଇଛି । ଏହି ଅବସରରେ ପ୍ରତିଷ୍ଠାନର ସମସ୍ତ ସଦଶ୍ୟ ବେରବୋଇ ଗାନ୍ଧୀ ପୀଠରେ ପହଂଚି ପିଠକୁ ପରିସ୍କାର ପରିଚ୍ଛନତା କରିଥିଲେ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପର୍ତ୍ତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ,ପ୍ରଦୀପ ପ୍ରଜ୍ଜଳନ କରି  ରାମଧ୍ୱନୀ ଗାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ କସ୍ତୁରବା ସେବାଶ୍ରମ ସଂଚାଳିକା କବିତାରାଣୀ ପରିଡା,ଦିଲ୍ଲିପ କୁମାର ରାଉତ,ମହେଶ୍ୱର ବେହେରା, ମିହିରିରଂଜନ ମୁଦୁଲି,ଅଜୟ ପ୍ରଧାନ,ମନୋଜ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।ଏହି ପଦଯାତ୍ରାଟି ଗାନ୍ଧୀ ପିଠରୁ ବାହାରି ଡେଲାଙ୍ଗ

ବ୍ଲକର ସମସ୍ତ ପଂଚୟାତରେ ନିଶା ନିବାରଣ ଓ କରୋନା ସଚେତନତା ସୃଷ୍ଟି କରି ସୁଆଣ୍ଡ ସ୍ଥିତ ଉତ୍କଳ ମଣି ଗୋପବନ୍ଧୁଙ୍କ ପିଠରେ ପହଂଚିବା ଲକ୍ଷ ରଖିଛି । ସଦଶ୍ୟ ମାନେ ଆଜି ପ୍ରଥମ ଦିବଶରେ ସଚେତନତା ବିଭିନ୍ନ ପ୍ଲାଗକାର୍ଡ ଧରୀ ବେରବୋଇ ପଂଚାୟତର ବିଭିନ୍ନ ଗ୍ରାମକୁ ଯାଇ ନିଶା ଓ କରୋନା ସଚେତନାର ବାର୍ତ୍ତା ଦେବା ସହ ଜନସାଧାରଣଙ୍କୁ ସଚେତନତା କରାଇଥିଲେ । ପ୍ରତିଷ୍ଠାନର ଏହି ପ୍ରୟାସକୁ ଯୁବଗୋଷ୍ଠି, ବୁଦ୍ଧିଯିବି, ଜନସାଧାରଣ ପ୍ରସଂଶା କରିବା ସହିତ ସ୍ୱାଗତ କରିଛନ୍ତି ।(ଡେଲାଙ୍ଗ ଚିତ ଜେନାଙ୍କ ରିପୋର୍ଟ )

Leave A Reply

Your email address will not be published.