ଗିରଫ ହେଲେ ୩ ମୋବାଇଲ୍ ଲୁଟେରା

0 251

ଭୁବନେଶ୍ୱର, ୨୧/୧୦(ଏସଏସନିୟୁଜ) ୩ଜଣ ମୋବାଇଲ୍ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୫୧ଟି ମୋବାଇଲ୍ ସହ ଗୋଟିଏ ବାଇକ୍ ଜବତ କରିଛି ଖଣ୍ଡଗିରି ଥାନା ପୋଲିସ ।ଏହି ଲୁଟେରାମାନେ ପିତାପଲ୍ଲିରୁ ଆଇଗିଣିଆ ଆସୁଥିବା ଆଳୁ ଟ୍ରକକୁ ଟାର୍ଗେଟ କରୁଥିଲେ । ୧୨ ତାରିଖ ରାତିରେ ବିଷ୍ଣୁ କୁମାର ସାହୁ ଆଳୁଗଦି ଅଣ୍ଡରପାସ୍ ନିକଟରେ ଆସୁଥିବାବେଳେ ୩ ଦୁର୍ବୃତ୍ତ ତାଙ୍କୁ ଅଟକାଇ ମାଡ଼ ମାରି ମୋବାଇଲ୍ ସହ ବାଇକ୍ ଛଡ଼ାଇ ନେଇ ପଳାଇଥିବାର ଖଣ୍ଡଗିରିଥାନାରେ ଅଭିଯୋଗ ହୋଇଥିଲା ।ଥାନାଅଧରକାରି ସିସିକ୍ୟାମେରା ଯାଂଚ କରିବାପରେ ଭାଟପୁରର ସାଗର ପୁନ୍‌, ଆଇଗିଣିଆର ଦୀପ୍ତି ରଞ୍ଜନ ଓ ସୋମନାଥ ସାହୁକୁ ଚିହ୍ନଟ କରିବାପରେ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ ।

Leave A Reply

Your email address will not be published.