ଗ୍ୟାସସିଲିଣ୍ଡର ନିଆଁଲାଗି ମହିଳାଗୁରୁତର

ବାରଙ୍ଗ,୨୬|୯ (ଏସଏସନିଉଜ)ବାରଙ୍ଗବ୍ଲକ ଅର୍ନ୍ତଗତ ବଛିପୁର ଗ୍ରାମରେ ଗ୍ୟାସ ସିଲିଣ୍ଡର ଲିକରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ଆହତ ହୋଇଥିବା ବେଳେ ରୋଷେଇ ଘରେ ଥିବା ସମସ୍ତ ସାମଗ୍ରୀ ପୋଡ଼ିଯାଇଛି।ଖବର ପାଇ ବାରଙ୍ଗରୁ ଏକ ଦମକଳ ଆସି ନିଆଁ କୁ ଆୟତ୍ତ କରିଛି।
ପ୍ରକାଶଯେ, ମଙ୍ଗଳାବର ସନ୍ଧ୍ୟା ସମୟରେ ବଛିପୁରଗ୍ରାମର ରଜେନ୍ଦ୍ର ବେହେରାଙ୍କ ସ୍ତ୍ରୀ ପୁଷ୍ପଲତା ରୋଷେଇଘରେ ରୋଷେଇ କରୁଥିଲେ।ଏହିସମୟରେ କୌଣସି କାରଣରୁ ଗ୍ୟାସ ସିଲିଣ୍ଡର ଲିକହୋଇ ହାଠାଇ ନିଆଁ ଜଳିବାକୁ ଲାଗିଥିଲା।ନିଆଁକୁ ଲିଭାଇବାକୁ ଯାଇ ତାଙ୍କ ପତ୍ନୀ ଆହତ ହୋଇ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଛନ୍ତି।ଅନ୍ୟପଟେ ନିଆଁ ର ମାତ୍ରା ବଢିବାଦେଖି ପରିବାର ଲୋକ ଦମକଳକୁ ଖବର ଦେଇଥିଲେ।ବାରଙ୍ଗରୁ ଏକ ଦମକଳ ଆସି ନିଆଁ କୁ ଆୟତ୍ତ କରିଥିଲେ ମଧ୍ୟ ରୋଷେଇ ଘରେ ଥିବା ସମସ୍ତ ଆସବାସପତ୍ର ଜଳିଯାଇଥିଲା।ତେବେ ଏହି ଅଗ୍ନିକାଣ୍ଡରେ ୩୦ହଜାର ଟଙ୍କାରୁ ଅଧିକ କ୍ଷୟକ୍ଷତି ହୋଇଥିବାର ପରିବାର ପକ୍ଷରୁ କୁହାଯାଇଛି।(ଗୌତମ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.