ଘରେ ପଶି ଚୋରି, ମାଡ଼ିବସିଲେ ପରିବାର ଲୋକ

ମେଣ୍ଢାଶାଳ,୨୯/୫(ଏସଏସନିୟୁଜ) ବିନ୍ଧଗିରିଗ୍ରାମରେ ବୁଧବାର ରାତିରେ ଶୋଇଥିବା ବେଳେ ଜଣଙ୍କ ଘରେ ପଶି ଆଲମିରାରୁ ଟଙ୍କା ଚୋରି କରୁଥିବାବେଳେ ଘର ଲୋକ ଚୋରକୁ ମାଡିବସି
ପୋଲିସକୁ ଜିମା ଦେଇଥିଲେ।ଏହି ଘଟଣାରେ ପୋଲିସ ଚୋରକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି।
ପୋଲିସ ସୂଚନା ମୁତାବକ ବୁଧବାର ରାତିରେ ବିନ୍ଧଗିରି ଗ୍ରାମରମଣ୍ଟୁ ଦେହୁରୀ (୪୫) ନିଜ ଘରେ ପରିବାର ସହ ସୋଇଥିଲା।ଏହି ସମୟରେ ବେଳେ ଭୁବନ ଢେଙ୍କାନାଳର ଶିବୁ ଦେହୁରୀ (୨୪) ନାମକ ଯୁବକ ମଣ୍ଟୁଙ୍କ ଘରେ ଚୋରି କରିବା ଉଦ୍ଦେଶ୍ୟରେ ପଶିଥୁଲା। ଶିବୁ ଆଲମିରା ଖୋଲି ପଇସା ଆଣିବା ସମୟରେ ପରିବାର ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା l ପରିବାର ଲୋକ ଶିବୁକୁ କାବୁକରି ପୋଲିସକୁ ଡାକି ହସ୍ତାନ୍ତର କରିଥିଲେ। ପୋଲିସ ଥାନାକୁ ଆଣି ପଚରା ପଚାରି କରିବାରୁ ଶିବୁ ସବୁ ସତ କଥା ମାନିଯାଇ ଥିଲା।ଚନ୍ଦକାପୋଲିସ ୧୬୯/୨୫କେସ ନମ୍ୱର ରେ ଏକ ମକଦ୍ଦମା ରୁଜୁ କରି ଦୁଇହଜାରଟଙ୍କା ଓ ଏକ ମୋବଇଲ ଫୋନ ଜବତକରି ଗୁରୁବାର କୋର୍ଟ ଚାଲାଣ କରିଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.