ମଇମାସ ୩୦ତାରିଖ ୨୦୨୫ମସିହା (ଶୁକ୍ରବାର)ଜ୍ୟେଷ୍ଠମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଥୀ ରାତ୍ରି ଘ୦୯/୨୪ ଗତେ ପଞ୍ଚମୀ,ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୧୦/୦୬ ଗତେ ପୂଷ୍ୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୩୦,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୧୭/୪୦,ଯୋଗିନୀ ନୈରୁତେ ରାତ୍ରି ଘ୦୭/୨୫ ଗତେ ଦକ୍ଷିଣେ,ବିଛା,ଧନୁ ଓ ମୀନ ରାଶିର ଘାତବାର,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୮/୨୪ ଗତେ ଘ୧୧/୩୮ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୧୧/୩୮ ଗତେ ଘ୦୧/୨୭ ମଧ୍ୟେ ଓ ରାତ୍ରି ଘ୦୮/୩୦ ଗତେ ଘ୧୨/୫୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୬/୦୦ ଗତେ ଘ୦୬/୫୬ ମଧ୍ୟେ,ଅଦ୍ୟ ମୂଳା ଭକ୍ଷଣ ନିଷେଧ।
ମେଷ:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।
ବୃଷ:-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।
ମିଥୁନ:-ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନହେବା କାରଣରୁ ସମସ୍ୟା ଉପୁଜିପାରେ।ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନିକଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନକ୍ଷେତ୍ରରେ ସମସ୍ୟା ସମାଧାନ ହେବ।
କର୍କଟ:-ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।
ସିଂହ:-ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।
କନ୍ୟା:-ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲହେବ। ବହୁଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
ତୁଳା:-ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ।କୌଣସି କାମ ସ୍ଥଗିତ ରହିବ ନାହିଁ କିନ୍ତୁ ହସ୍ତା ନକ୍ଷତ୍ର ସକାଶେ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା:-ଆଜି ମନ ଖୁସି ରହିଲେ ମଧ୍ୟ କାର୍ୟ୍ୟବ୍ୟସ୍ତତା ଅନୁଭବ କରିବେ । ଜ୍ୟେଷ୍ଠା ନକ୍ଷତ୍ର ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।
ଧନୁ:-ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ।ତେଣୁ ମନଖୁସିରେ ରହିପାରି ବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।
ମକର:-ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇ ପାରନ୍ତି ।ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ । ବିଳାସବ୍ୟସନ ଦ୍ରବ୍ୟକ୍ରୟ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ସହ ଏହାକୁ ସଫଳକରିବାର ମଉକା ପାଇପାରିବେ।
କୁମ୍ଭ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମହେବେ।ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।
ମୀନ:-ଆଜିର ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ।କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାର ରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ।କଳା,ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।
!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

ବଡରୋଗ ପାଇଁ ରାମବାଣ ଅପରାଜିତା ଫୁଲ…
ଅପରାଜିତାଫୁଲ ଆପଣମାନେ ଦେଖିଥିବେ। ଏହା ବହୁତ ରଙ୍ଗର ମିଳିଥାଏ ।କିନ୍ତୁ ପ୍ରାୟତଃ ନୀଳ ଓ ଧଳା ଦେଖିବାକୁ ମିଳିଥାଏ । ଅପରାଜିତାଫୁଲ ଏମିତି ଗୋଟେ ଫୁଲ ଯାହା ଖାଦ୍ୟରେ ରଙ୍ଗଦବା ପାଇଁ ମଧ୍ୟ ବ୍ୟବହାର କରାଯାଏ। ଏହି ଫୁଲ ଥାଇଲେଣ୍ଡ,ରସିଆ ଏବଂ ଅନ୍ୟଦେଶରେ ଚାଷ ମଧ୍ୟ କରା ଯାଏ,ତେବେ ଆଜି ଜାଣିବା ଅପରାଜିତାଫୁଲର ବିଶେଷ କଥା। ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯିବେ ଏବଂ ଭାବିବାକୁ ଲାଗିବେଯେ,ଏହା ଆମେ କେମିତି ଜାଣିନଥିଲୁ ।ଆପରାଜିତାଫୁଲ ଶନିଦେବଙ୍କୁ ବହୁତ ପସନ୍ଦ ଅଟେ, ଅପରାଜିତାଫୁଲ ଶନିବାରଦିନ ଶନିଦେବଙ୍କୁ ଅର୍ପଣ କଲେ ଶନିଦଶା ଦୂରହୋଇଥାଏ ଏବଂ ସବୁପ୍ରକାର ସୁବିଧା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହାର ବୈଜ୍ଞାନିକ ଲାଭ ବିଷୟରେ…
୧.ପରିସ୍ରା ଇନଫେକସନ:-ଯେଉଁଲୋକଙ୍କ ପରିସ୍ରା ଇନଫେକସନ ହୋଇଥାଏ ସେହି ଭଳି ଲୋକଙ୍କପାଇଁ ଏହା ରାମବାଣ ଚିକିତ୍ସାଅଟେ, ଏହିଭଳି ଲୋକଙ୍କୁ ଫୁଲ ସେବନକରିବା ଉଚିତ ଏହି ଫୁଲସେବନ ଦ୍ଵାରା ପରିସ୍ରା ଜାଗା ଦରଜ,ପୋଡାଜଳା ଏବଂ ସବୁ ପ୍ରକାର ସମସ୍ୟା ଦୂର ହୋଇଥାଏ ।
୨.ପେଟଖରାପ:-ଯେଉଁଲୋକଙ୍କ ପାଚନପ୍ରକ୍ରିୟା ଖରାପଥାଏ ବା ଫୁଡ ପୋଇଜନ ହୋଇଥାଏ ଏହିଭଳି ଲୋକଙ୍କୁ ଅପରାଜିତାଫୁଲ ସେବନ କରିବା ବହୁତ ଆବଶ୍ୟକ ହୋଇଥାଏ କାହିଁକିନା ଏହା ଖାଦ୍ୟରେ ଥିବା ବିଷାକ୍ତତତ୍ଵକୁ ସଫା କରିଥାଏ ଏବଂ ଶରୀର ବାହାରକୁ ପଠାଇଥାଏ ।
୩.ମୁଣ୍ଡବିନ୍ଧା:-ଅପରାଜିତାଫୁଲ ମୁଣ୍ଡ ବିନ୍ଧାରେ ବହୁତ ଲାଭକାରୀ ହୋଇଥାଏ, ତେବେ କିଛିଲୋକ କୌଣସି ଦରଜ ସହି ପାରନ୍ତିନାହିଁ ବା ଆୟୁରବେଦଚିକିତ୍ସା କରନ୍ତି ନାହିଁ, ସବୁବେଳେ ଏଲୋପେଥି ବଟିକା ଖାଇଥାନ୍ତି, ସେଥିପାଇଁ ଏହା ଉପରେ ଧ୍ୟାନ ରଖିବା ଉଚିତ, ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ ।
୪.ଶ୍ଵାସ:-ଯେଉଁଲୋକ ଶ୍ଵାସରୋଗୀ ହୋଇଥାନ୍ତି ସେ ଅପରାଜିତା ସେବନକରିବା ଉଚିତ, କିନ୍ତୁ ଏହାର ସେବନଆଗରୁ ଡକ୍ଟର ଅନୁମତି ଅବଶ୍ୟ ନିଅନ୍ତୁ ।ଏହା ବହୁତ ଆବଶ୍ୟକ ଅଟେ, ଆପଣଙ୍କୁ ଅପରାଜିତା ବହୁତ ସହଜରେ ଉପଲବ୍ଧ ହୋଇଥାଏ। ଏହା ଓଡ଼ିଶା ବାତାବରଣରେ ବହୁତ ଫୁଟିଥାଏ ।

