ଘରେ ରୁହ ସୁସ୍ଥ ରୁହ

0 288

ତ୍ରିଲୋଚନ ରାଉତ,ମୁଖ୍ୟକାର୍ଯ୍ୟନିର୍ବାହୀ ,ସତ୍ୟସନ୍ଧାନ

ବିଶ୍ୱସ୍ତରରେ କରୋନାସଂକ୍ରାମଣ ଘାତକ ସ୍ଥିତି ସୃଷ୍ଟି କରିଛି ।କରୋନା ଭୁତାଣୁ ପୃଥିବୀର ପ୍ରାୟ୧୯୫ଟିଦେଶରେ କାୟା ବିସ୍ତାର କରିଛି ।ଏହାର ପ୍ରତିକାର ପାଇଁ କୈାଣସି ଔଷଧ ଅଦ୍ୟାବଧି ବାହାରିନାହିଁ । ଏହି ମହାମାରୀ କରୋନା କବଳରୁ ରକ୍ଷାପାଇବାପାଇଁ ସାମାଜିକ ଦୁରତ୍ୱ ହେଉଛି ଏକମାତ୍ର ଉପାୟ । ଆପଣମାନେ ଯେତେଲୋକଙ୍କଠାରୁ ଦୁରେଇ ରହିବେ କରୋନାଭୁତାଣୁ ବିସ୍ତାରହେବାର ଆଶଙ୍କା କମ୍ ହେବ । କରୋନାକୁ ବିଦା କରିବାପାଇଁ କେନ୍ଦ୍ର ଓ ରାଜ୍ୟସରକାର ଯୁଦ୍ଧ୍ୟ ଡାକରା ଦେଇଛନ୍ତି । ସେଥିପାଇଁ ସମଗ୍ର ଭାରତବର୍ଷ ହୋଇଛି ଲକ୍‌ଡାଉନ୍ । ଦେଶର ପ୍ରଧାନମନ୍ତ୍ରୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଦେଶ ତଥା ରାଜ୍ୟର ଜନସାଧାରଣଙ୍କ ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରି ଏହି ଯୁଦ୍ଧ୍ୟ ଡାକରା ଦେବା ସହ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ।ଉଭୟଶାସନକର୍ତା ତାଙ୍କ ପାଇଁ ନୁହେଁ ବରଂ ଆମ୍ଭମାନଙ୍କପାଇଁ ଚିନ୍ତାପ୍ରକଟ କରି ଏଥିରେ ଜଣେ ସଚ୍ଚା ସୈନିକ ଭାବେ ଯୋଗଦେବାକୁ ଆମକୁ ନିବେଦନ କରିଛନ୍ତି । ଆମକୁ କେବଳ ଏହି ସହଯୋଗ ମାଗିଛନ୍ତି ,ମାତ୍ର ୨୧ଦିନ ଘରେ ରହିବା ଓ ଅନ୍ୟମାନଙ୍କୁ ଘରେ ରହିବାର ପରାମର୍ଶ ଦେବା । ନିଜେ ବଂଚିବା ସହ ଅନ୍ୟକୁ ବଂଚିବାର ରାହା ଯୋଗାଇବାକୁ ଆମକୁ ପଡିବ । ଏହାହେବ ସମାଜ ପାଇଁ ଆମର କର୍ତବ୍ୟ ଓ ଦାୟିତ୍ୱବୋଧ । କରୋନାକୁ ବିଦା କରିବାର ଅମୋଘ ଅସ୍ତ୍ର ହେଉଛି ଘରେ ରହିବା । ଏହି ମନ୍ତ୍ରକୁ ଯୁବପିଢିମାନେ ଗୁରୁତରସହ ନେଇ ଗାଁଗହଳିର ଜନସାଧାରଣଙ୍କୁ ସଚେତନ କରାଇବାର ସମୟ ଆସିଛି । ମିଥ୍ୟା ଗୁଜବଦ୍ୱାରା ବିଭ୍ରାନ୍ତ ହୁଅନ୍ତୁ ନାହିଁ ,ଭଗବାନ ଏବଂ ସରକାରଙ୍କ ଉପରେ ବିଶ୍ୱାସ ରଖନ୍ତ. ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ।ସତ୍ୟସନ୍ଧାନ ପରିବାର ।

Leave A Reply

Your email address will not be published.