ମାନବିକତା ଦେଖାଇଲା କଳିଙ୍ଗଯୁବସେନା

0 274

ବାରଙ୍ଗ,୨୬/୩(ଏସଏସନିୟୁଜ)ସାରାବିଶ୍ୱ ଏବେ କରୋନା ମହାମାରୀର ଶିକାରରେ ପିଡିତ ।ଏହାକବଳରୁ ମୁକ୍ତ ହେବାପାଇଁ ସରକାର ୨୧ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି ।ଏହାକୁ ଦେଶବାସୀ ସମର୍ଥନ ଜଣାଇଛନ୍ତି ।ରାସ୍ତାଘାଟ ଶୁନ୍‌ଶାନ୍ ହୋଇଯାଇଛି ।ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରି ମିଳୁଥିବା ଦୋକାନ କୁ ଛାଡିଦେବାପରେ ଅନ୍ୟ ସବୁ ଦୋକାନ ବନ୍ଦ ହୋଇଛି ।ତେବେ ଏହି ପରିସ୍ଥିତିରେ ରାସ୍ତାଘାଟରେ ଶୋଇରହିଥିବା ବୁଲାଗୋରୁଗାଇ,କୁକୁର ଙ୍କ ଅବସ୍ଥା ସଂକଟରେ ପଡିଯାଇଛି ।ରାସ୍ତାରେ ଯାଉଥିବା ପଥଚାରୀ , ହୋଟେଲ ଓ ଛୋଟବଡ ଦୋକାନ ଉପରେ ନିର୍ଭର କରି ଏହି ଗୋରୁଗାଇକୁକୁର ମାନେ ବଂଚୁଥିଲେ । କିନ୍ତୁ ଲକ୍‌ଡାଉନ୍ ପରେ ଏମାନଙ୍କ କଥା ବୁଝିବାକୁ କେହି ନରହିବାରୁ ଖାଦ୍ୟପାଇଁ ଡହଳବିକଳ ହେଉଛନ୍ତି । ଏହିସମୟରେ କଳିଙ୍ଗଯୁବସେନା ତାର ମାନବିକତା ଦେଖାଇଛି ।ଭୁବନେଶ୍ୱରଉତର ନିର୍ବାଚନମଣ୍ଡଳୀର ଶୈଳଶ୍ରୀବିହାର ,ନିଳାଦ୍ରିବିହାର, ପଟିଆଛକ.ଡମଣାଛକ, ଚନ୍ଦ୍ରଶେଖରପୁର ,ଶିଶୁବିହାର,କାନନବିହାର,ଇନ୍‌ଫୋସିଟି ଆଦିଛକମାନଙ୍କରେ ରାସ୍ତାରେ ଶୋଇଥିବା ଗାଇ, ବାଛୁରୀ, ଷଣ୍ଢ,କୁକୁରଙ୍କ ପାଖରେ ପହଁଚିଛନ୍ତି ଯୁବସେନାର ସଦସ୍ୟମାନେ । ଯୁବସେନାର ସମ୍ପାଦକ ମନୋରଞନ ଜେନାଙ୍କ ନେତୃତ୍ୱରେ ସଦସ୍ୟମାନେ ପୃଥକପୃଥକଭାବେ ବିଭିର୍ଣ ସ୍ଥାନରେ ପହଁଚି ପାଟିଫିଟୁନଥିବା ଏହି ନିରିହ ପ୍ରାଣୀମାନଙ୍କୁ ଯଥାସମ୍ଭବ ଖାଦ୍ୟ ଖାଇବାପାଇଁ ୍‌ପ୍ରଦାନ କରିଛନ୍ତି । ଲକ୍‌ଡାଉନ୍ ବଳବତର ଥିବା ପର୍ଯ୍ୟନ୍ତ ସଦସ୍ୟମାନେ ଏହି ପ୍ରାଣୀମାନଙ୍କର ଜତ୍ନ ନେବାର କାର୍ଯ୍ୟକୁ ବଜାୟ ରଖିବେ ବୋଲି କହିଛନ୍ତି ।

Leave A Reply

Your email address will not be published.