ଘରୁ ନେଇଗଲେ ୧୪ଭରି ସୁନା,ନଗଦ ୧.୬୦ ହଜାର ଟଙ୍କା

ବାରଙ୍ଗ, ୧୨।୧୦(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅଧୀନସ୍ଥ ନରାଜ ହାଇସ୍କୁଲ ପାଖରେ ଥିବା ଜଣଙ୍କ ଘରୁ ଚୋରମାନେ ୧୪ଭରି ସୁନା,ନଗଦ ୧.୬୦ ହଜାର ଟଙ୍କା ଚୋରି କରିନେଇଥିବା ରବିବାର ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ ନରାଜ ନିବାସୀ ରାମ ଚନ୍ଦ୍ର ପଣ୍ଡା, ପୁପ୍ସାଞ୍ଜଳି ପଣ୍ଡା ଓ ତାଙ୍କର ଏକମାତ୍ର ପୁଅକୁ ନେଇ ନରାଜ ହାଇସ୍କୁଲ ପାଖରେ ଘରକରି ରହୁଥିଲେ । ଗତ ତିନି ଦିନ ତଳେ ମା ଓ ପୁଅ ଏକ ସୁଧିକ୍ରିୟା କାମରେ ଚଣ୍ଡିଖୋଲ ଚାଲି ଯାଇଥିଲେ । ଘରର ଦୁଇ ମାହାଲା କାମ ଚାଲୁଥିବା ଯୋଗୁଁ ରାମଚନ୍ଦ୍ର ଘରେ ରହିଯାଇଥିଲେ । ଶନିବାର ସଂନ୍ଧ୍ୟା ୬ଘଟିକା ସମୟରେ ରାମଚନ୍ଦ୍ର ଘରେ ସଂନ୍ଧ୍ୟା ଧୁପ ଦେଇ ନିଜର ଏକ ଜରୁରୀ କାମରେ କଟକ ଚାଲି ଯାଇଥିଲେ । ୯ଟା ୩୦ ସମୟରେ ଘରେ ପହଁଚି ଦେଖିଲା ବେଳକୁ ଗଡେରେଜ ଖୋଲା ହେଇଛି । ଗଡେରେଜ ଥିବା ସୁନା ଅଳଙ୍କାର ଖୋଳ ସବୁ ପଡିରହିଛି, ସୁନା ଅଳଙ୍କାର ସବୁ ଚୋରି ହୋଇଯାଇଥିବା ନେଇ ସ୍ତ୍ରୀ ପୁପ୍ସାଞ୍ଜଳି ରବିବାର ସକାଳେ ଗୋଡିସାହି ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ୪ ଗୋଟି ସୁନା ଚେନ୍‌, ୪ହଳ ସୁନା କାନଫୁଲ, ୧୭ଗୋଟି ସୁନା ମୁଦୀ, ୩ଟି ସୁନା ଲକେଟ, ୨ଗୋଟି ଛୋଟ ସୁନା ହାର, ୧ଗୋଟି ସୁନାର ବଡ ହାର, ସୁନାର ମଙ୍ଗଳ ସୁତ୍ର ୧ଗୋଟି ସମେତ ନଗଦ ୧ଲକ୍ଷ ୬୦ ହଜାର ଟଙ୍କା ଚୋରି ହୋଇଥିବା ନେଇ ଫାଣ୍ଡିରେ ଅଭିଯୋଗ ହୋଇଛି ।ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି। କିନ୍ତୁ ଚୋର ମାନଙ୍କ ପତା ପାଇପାରିନଥିବାର୍ ଜଣାପଡିଛି।

- Advertisement -

Leave A Reply

Your email address will not be published.