ଘାଟିରେ ବସ୍ ବ୍ରେକଫେଲ୍

0 145

ଗଞ୍ଜାମ,୬ା୧(ଏସଏସନିଉଜ) ପାଟପୁରଥାନା ଅଧୀନ ତପ୍ତପାଣି ଘାଟି ପାଳୁଖୋଳା ନିକଟରେ‘ମହାଲକ୍ଷ୍ମୀ’ ନାମକ ଘରୋଇ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।ଏହାଦ୍ୱାରା ୧୦ ଜଣଯାତ୍ରୀ ଆହତ ହୋଇଛନ୍ତି। ବସ୍ଟି ଗଜପତିଜିଲ୍ଲା ଅଡ଼ବାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାବଳେ ତପ୍ତପାଣି ଘାଟି ତଳକୁ ଖସୁଥିବା ସମୟରେ ବ୍ରେକ୍ଫେଲ୍ ହୋଇଯାଇଥିଲା ।ଫଳରେ ଭାରସାମ୍ୟ ହରାଇ ପାଳୁଖୋଳା ନିକଟ ବୁଲାଣିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଆହତମାନଙ୍କୁ ଉଦ୍ଧାର କରି ଚିକିସ୍‌ାପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Leave A Reply

Your email address will not be published.