ଗୋଟିଏ ଦିନରେ ତିନି ମୃତଦେହ ଉଦ୍ଧାର

0 228

ଭୁବନେଶ୍ୱର,୩/୮(ଏସଏସନିଉଜ) ଭୁବନେଶ୍ୱର ନୟାପଲ୍ଳୀଠାରେ ଏକ ଭଡ଼ା ଘରେ ରହୁଥିବା ରଞ୍ଜିତା ସାହୁ ନାମକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି ।ଯୁବତୀଙ୍କ ଘର କଟକ ଗୁରୁଡ଼ିଝାଟିଆ ଅଞ୍ଚଳରେ ହୋଇଥିବାବେଳେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।ଅନ୍ୟଏକ ଘଟଣାରେ ନବଦମ୍ପତିଙ୍କ ମୃତଦେହ ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଦିଗପହଣ୍ଡି ପାଟପୁର ଥାନା ଜଗନ୍ନାଥପୁର ଗାଁରେ ଗୋଟିଏ ଲୁଗାରେ ଉଭୟ ସ୍ୱାମୀ-ସ୍ତ୍ରୀ ଝୁଲିପଡ଼ିଥିବା ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦମ୍ପତ୍ତି କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନଥିବାବେଳେ ପୋଲିସ ପହଁଚ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.