ଗୋଟିଏ ଗାଁରୁ ୭୪ ପଜିଟିଭ୍

0 1,075

ଢ଼େଙ୍କାନାଳ,୩୧/୭(ଏସ.ଏସ॰ନିୟୁଜ)ଢେଙ୍କାନାଳ ଜିଲ୍ଲାରେ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୪ ଜଣ କେବଳ ପିଙ୍ଗୁଆ ଗ୍ରାମର ବୋଲି ଜଣାପଡିଛି । ଗଁଦିଆ ବ୍ଲକ୍ ଅନ୍ତର୍ଗତ ପିଙ୍ଗୁଆ ଗ୍ରାମର ଗୋଟିଏ ସାହିରୁ ୭୨ ଜଣ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଦୁଇ ସାହିରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି ।କିଛି ଦିନ ତଳେ ଗ୍ରାମର ୬ ଜଣଙ୍କ ଠାରେ କରୋନା ଜଣା ପଡ଼ିଥିଲା । ଗତ ମଙ୍ଗଳବାର ୧୭୬ ଜଣ ଲୋକଙ୍କର ସ୍ୱାବ୍ ପରୀକ୍ଷା କରାଯାଇଥିଲା । ତେବେ ଗୋଟିଏ ଗାଁରୁ ଏକା ଥରକେ ୭୪ ଜଣ ପଜିଟିଭ୍ ବାହାରିବା ଘଟଣା ଜିଲ୍ଲା ପ୍ରଶାସନ ପାଇ ଚିନ୍ତାର କାରଣ ସାଜିଛି । ଗତରାତିରୁ ପିଙ୍ଗୁଆ ଗ୍ରାମକୁ ଜିଲ୍ଲାପ୍ରଶାସନ ଆଉ ୭୨ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ନିଆଯାଇ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।୯୨ ଜଣ ଆକ୍ରାନ୍ତ ଙ୍କ ମଧ୍ୟରୁ ୮୭ଜଣ ହୋମକ୍ୱାରରେଟାଇନରୁ ବାହାରିଥିବାବେଳେ ୫ଟି ସ୍ଥାନୀୟ କେଶ ବୋଲି ଜଣାପଡିଛିା

Leave A Reply

Your email address will not be published.