ପୁଣି ୧୪୯୯ ପଜିଟିଭ ଚିହ୍ନଟ , ୮ ମୃତ

0 481

ଭୁବନେଶ୍ୱର,୩୧ା୭(ଏସଏସନିୟୁଜ) ପୁଣି ଆଜି୨୯ଟି ଜିଲ୍ଲାରୁ୧୪୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୧୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୫୮୫ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩୬୮ଜଣ, ଖୋର୍ଦ୍ଧାରୁ ୨୧୪, ଗଜପତିରୁ ୯୭, ଢ଼େଙ୍କାନାଳରୁ ୯୨, କୋରାପୁଟରୁ ୮୧, ସୁନ୍ଦରଗଡ଼ରୁ ୭୫, ନୟାଗଡ଼ରୁ ୬୭, ସମ୍ବଲପୁରରୁ ୫୬, କନ୍ଧମାଳରୁ ୫୦, କଳାହାଣ୍ଡିରୁ ୪୪, ରାୟଗଡ଼ାରୁ ୪୦, ବାଲେଶ୍ୱରରୁ ୩୭, ପୁରୀରୁ ୩୬, ନବରଙ୍ଗପୁରରୁ ୩୩, କଟକରୁ ୨୮, ମାଲକାନଗିରିରୁ ୨୬, ଅନୁଗୁଳରୁ ୨୫, ବଲାଙ୍ଗୀରରୁ ୧୯, ଯାଜପୁରରୁ ୧୯, କେନ୍ଦୁଝରରୁ ୧୬,ଜଗତସିଂହପୁରରୁ ୧୫, କେନ୍ଦ୍ରାପଡ଼ାରୁ ୧୪, ମୟୁରଭଞ୍ଜରୁ ୧୩, ବରଗଡ଼ରୁ ୧୦, ନୂଆପଡ଼ାରୁ ୯, ଝାରସୁଗୁଡ଼ାରୁ ୭, ସୋନପୁରରୁ ୫, ଦେବଗଡ଼ରୁ ୨, ଭଦ୍ରକରୁ ଜଣେ ଅଛନ୍ତି।ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭କୁ ବୃଦ୍ଧି ପାଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୁଣି ୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।ମୃତକଙ୍କ ମଧ୍ୟରୁ ଗଞ୍ଜାମରେ ୪ , ଖୋର୍ଦ୍ଧାରେ ,ନୟାଗଡ଼ ,ଗଜପତି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି । ଯାହାଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୭ରେ ପହଞ୍ଚିଛି ।

Leave A Reply

Your email address will not be published.