ବାରଙ୍ଗ, ୫।୬ (ଏସଏସନିଉଜ) ବେଣ୍ଟକାରପଡ଼ା ଗ୍ରାମ ନିକଟ କାଠଯୋଡ଼ି ନଦୀପଠାର ପ୍ଲଟ ନମ୍ବର ୭୮ରେ ରାଜ୍ୟ ସରକାର ପକ୍ଷରୁ ଜଳ ବିଶୋଧନାଗାର ନିର୍ମାଣ ପାଇଁ ଫଳକ ଲଗାଯାଇଥିଲା। ଉକ୍ତ ଜାଗାକୁ ଗତବର୍ଷ ଡିସେମ୍ବରମାସ ୨୬ ତାରିଖ ଦିନ ସଫେଇପାଇଁ ପ୍ରଶାସନିକ ଅଧିକାରୀଙ୍କ ସହିତ କିଛି ଶ୍ରମିକ ପହଞ୍ଚିଥିଲେ। ଖବରପାଇ ବେଣ୍ଟକାରପଡ଼ା ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦ ଜଣାଇଵାରୁ ସଫା କାର୍ଯ୍ୟ ବନ୍ଦ ରହିଥିଲା।
ଗ୍ରାମବାସୀମାନେ ଅଭିଯୋଗରେ ଦର୍ଶାଇଥିଲେଯେ, ଗ୍ରାମର ପିଲାମାନେ ଏହି ସ୍ଥାନକୁ ଖେଳପଡ଼ିଆ ଭାବେ ବ୍ୟବହାର କରୁଛନ୍ତି। ଅବଶିଷ୍ଟଅଂଶ ଜାଗାକୁ ଗ୍ରାମ୍ଯଶ୍ମଶାନ ଭାବେ ବ୍ୟବହାର କରାଯାଉଛି । ଏକମାତ୍ର ଶ୍ମଶାନ ହୋଇଥିବାରୁ ବେଣ୍ଟକାରପଡ଼ା ଗ୍ରାମବାସୀଙ୍କ ସମେତ ଆଖପାଖ ଅଂଚଳର ଗ୍ରାମବାସୀ ଶବଦାହ ପାଇ ଏହି ଶ୍ମଶାନ ଉପରେ ନିର୍ଭରକରୁଛନ୍ତି। ଏଠାରେ ବିଶୋଧନାଗାର ନିର୍ମାଣ କରାଗଲେ ପିଲାମାନେ ଖେଳପଡ଼ିଆ ହରାଇବା ସହ ଗ୍ରାମବାସୀମାନେ ଶବସତ୍କାର କରିପାରିବେ ନାହିଁ।ଏହି ନିଷ୍ପତ୍ତିକୁ ସରକାର ପୁନଃବିଚାର କରନ୍ତୁ ବୋଲି ସେମାନେ ଦାବି ଜଣାଇ ଥିଲେ। ଗ୍ରାମବାସୀଙ୍କ ବିରୋଧ ଯୋଗୁ ସେ ସମୟରେ ଉକ୍ତ ଜାଗାକୁ ସଫା ନକରି ପ୍ରଶାସନିକ ଅଧିକାରୀମାନେ ଫେରି ଯାଇଥିଲେ। ଗୁରୁବାର ଅପରାହ୍ନ ସମୟରେ ବାରବାଟିର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଙ୍କ ନେତୃତ୍ବରେ ଏକ ଦଳ ବେଣ୍ଟକାର ପଡ଼ା ଗ୍ରାମରେ ପହଂଚିଥିଲେ।ସେମାନେ ଜଳ ବିଶୋଧନାଗାର ନିର୍ମାଣକୁ କାହିଁକି ବିରୋଧ କରୁଛନ୍ତି ପଚାରି ବୁଝିଥିଲେ।ଗ୍ରାମବାସୀଙ୍କ ସହ ମୋକିମ ଘଟଣାସ୍ଥଳକୁ ଯାଇ ବୁଲି ଦେଖିଥିଲେ।ପରେ ଗାଁ ମୁଣ୍ଡରେ ଆୟୋଜିତ ବୈଠକରେ ପୂର୍ବ ଦାବିକୁ ପୁନର୍ବାର ଦୋହରାଇ କ୍ଷୋଭ ପ୍ରକାଶ କରିଥିଲେ। ଏହାସହ ଗ୍ରାମବାସୀଙ୍କ ଦାବି ପ୍ରତି ଗୁରୁତ୍ବ ଦେଇ ସେମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ।ଏହି ବୈଠକରେ ଗ୍ରାମର ଶତାଧିକ ମହିଳା ପୁରୁଷ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।କରିଥିଲେ। (ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)
Prev Post
Next Post
