ନନ୍ଦନକାନନଥାନା ପରିଦର୍ଶନ କଲେ ଏନସିସି ଛାତ୍ର

ବାରଙ୍ଗ,୫।୬(ଏସଏସନିଉଜ) ଭୁବନେଶ୍ବର-କଟକ ପୋଲିସ କମିଶନରେଟ ପକ୍ଷରୁ ଏକ ନୂତନ ଅଭିନବ ପ୍ରୟାସ କ୍ରମରେ ଏୟାର ସ୍କ୍ୱାଡ୍ରନ ଏନସିସିର ସହଭାଗିତାରେ ଏକ ପୋଲିସ ଏନସିସି କ୍ୟାଡେଟ ସମ୍ପର୍କ କାର୍ଯ୍ୟକ୍ରମ ମେ ୨୯ ରୁ ଜୁନ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଅଛିI ଏୟାର ସ୍କ୍ୱାଡ୍ରନ ଏନସିସି ଓଡ଼ିଶା ଆନୁକୁଲ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ୬୫୦ ଏନସିସି କ୍ୟାଡେଟମାନେ ବିଭିନ୍ନ ଥାନାକୁ ପରିଦର୍ଶନରେ ଯାଇଥିଲେ।ପୋଲିସ ବିଭାଗର କାର୍ଯ୍ୟପ୍ରଣାଳୀ, ନୂତନ ଅପରାଧିକ ଆଇନ୍ ଗୁଡିକର କାର୍ଯ୍ୟକାରିତା ତଥା ସାମାଜିକ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲାର ୮ଟି ଥାନା ପରିଦର୍ଶନ କରିଥିଲେ।ଗୁରୁବାର ଏହାର ଶେଷଦିନ ହୋଇଥିବାରୁ ଏନସିସି କ୍ୟାଡେଟମାନେ ନନ୍ଦନକାନନ ଥାନା ପରିଦର୍ଶନରେ ସକାଳୁ ସକାଳୁ ଆସି ପହଞ୍ଚିଥିଲେ।ସେମାନେ ଥାନାକୁ ଆସୁଥିବା ଲୋକଙ୍କୁ କିଭଳି ପୋଲିସ ବ୍ୟବହାର କରୁଛି ଓ କିଭଳି ନ୍ୟାୟପ୍ରଦାନ କରାଯାଉଛି ଆଦି ବିଷୟରେ ବୁଝାଇଥିଲା। ଥାନା ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟଶୈଳୀ ଦେଖିଥିଲେ। ଏଥିସହ ସାଇବର ସୁରକ୍ଷା ସଚେତନତା, କିଶୋର ନ୍ୟାୟ, ପୋକ୍ସୋ ନିୟମ,ପୋଲିସ ନିୟମ ଏବଂ ନିଶାଦ୍ରବ୍ୟଠାରୁ ଛାତ୍ରଛାତ୍ରୀ ନିଜକୁ କିପରି ଦୂରେଇ ରଖିବେ ଆଦି

ବିଭିନ୍ନଦିଗ ପ୍ରତି ମାର୍ଗଦର୍ଶିକା ଦିଆଯାଇଥିଲା। ନନ୍ଦନକାନନ ଥାନା ଅଧିକାରୀଣୀ ସମିତା ମିଶ୍ରଙ୍କ ଉପସ୍ଥିତିରେ ଜୋନ୬ ଏସିପି ତଥା ଆଇପିଏସ ସୋନାଲି ସିଂ ପରମାର ଏବଂ କମିଶନରେଟ ପୋଲିସର ଆଇଟି ମିଡ଼ିଆ ସେଲ ଏସିପି ସୁଚିସ୍ମିତା ଦାସ ଉପସ୍ଥିତ ରହି ଛାତ୍ରମାନଙ୍କୁ ପୋଲିସର ବିଭିନ୍ନ କାର୍ଯ୍ୟଶୈଳୀ ଉପରେ ବୁଝାଇବା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ।ଏଥିରେ ନନ୍ଦନକାନନ ଥାନାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।(ଜିତ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.