ଗ୍ରାମ୍ୟଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

0 134

ମେଣ୍ଢାଶାଳ,୨୬।୩(ଏସଏସନିଉଜ) ରବିବାର ପୂର୍ବାହ୍ନ ସମୟରେ ଅଙ୍ଗାରପଡାଗାଁ ନିକଟ ଜଙ୍ଗଲରୁ ଏକ ଝୁଲନ୍ତା ମୃତଦେହକୁ ମେଣ୍ଢାଶାଳଫାଣ୍ଡି ପୋଲିସ ଉଦ୍ଧାର କରିଛି।ମୃତୁବରଣ କରିଥିବା ବ୍ୟକ୍ତି ହେଉଛନ୍ତି ସୁରେଶ ମହାପାତ୍ର (୪୩)।ସୁରେଶଙ୍କଘର ଜଙ୍କିଆଥାନା ଅଧିନସ୍ତ ମଳିପଡାଗାଁରେ ହୋଇଥିବା ବେଳେ ସେ ମଞ୍ଚେଶ୍ୱର ଥାନାଅଧିନସ୍ଥ ଗାଡକଣରେ ରହିଥିଲେ।
ପ୍ରକାସ ଯେ,ଅଙ୍ଗାରପଡା ଗାଁପାଖ ଗ୍ରାମ୍ୟଜଙ୍ଗଲରେ ନିଲସାଗଛରେ ବେକରେ ରାଶିଲଗାଇ ସୁରେଶ ଆତ୍ମହତ୍ୟା କରିଥିବାର ଜଣାପଡିଥିଲା। ସ୍ଥାନୀୟ ଗ୍ରାମର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ଏହି ଘଟଣାଦେଖି ପେଲିସକୁ ଖବରଦେଇଥିଲେ । ଗତ ୨୩ତାରିଖରେ ପୋଲିସ ଅଙ୍ଗାରପଡା ଗାଁ ପାଖରାସ୍ତାରେ ଥୁଆ ହୋଇଥିବା ଏକ ଅଟୋକୁ ଜବତ କରିଥିଲା।କିନ୍ତୁ ଅଟୋଟି କାହାର ଖୋଜା ଖୋଜି କରିଥିଲେ ମଧ୍ୟ ପତା ପାଇପାରିନଥିଲା ।କିନ୍ତୁ ସୁରେଶଙ୍କ ମୃତଦେହ ମିଳିବାପରେ ଅଟୋଟି ତାଙ୍କର ବୋଲି ପୋଲିସ ଜାଣିବାକୁ ପାଇଥିଲେ ।ସୁରେଶ ଗତ୨୨ତାରିଖ ରାତିରେ ସ୍ତ୍ରୀସହ ଝଗଡା କରି ଘରୁ ଫେରାର ଥିଲେ ବୋଲି ଫାଣ୍ଡିଅଧିକାରୀ ମାନଗୋବିନ୍ଦ ନାୟକ ସୁଚନା ଦେଇଛନ୍ତି । ପୋଲିସ ୨୦/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦପାଇଁ ପଠାଇଛି ।ସେହିପରି ଅଙ୍ଗାରପଡାଗାଁର ଜଣେ ୭୦ବର୍ଷିୟା ମହିଳା କୈାଣସିକାରଣରୁ ବିଷପାନ କରି ଘରୋଇ ଡାକ୍ତରଖାନାରେ ଚିକିସ୍‌ତ ହେଉଥିବାବେଳେ ରବିବାରଦିନ ମୃତ୍ୟୁବରଣ କରିଛନ୍ତି ।ତାଙ୍କନାମ ପ୍ରତିମା ପ୍ରଧାନା ପୋଲିସ୯/୨୩କେଶନଂରେ ଏକ ଅପମୃତ୍ୟୁମାମଲା ରଜୁକରି ମୃତଦେହକୁ ବ୍ୟବଛେଦ କରି ତାଙ୍କ ପରିବାରକୁ ହସ୍ତାନ୍ତର କରିଛି ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

 

Leave A Reply

Your email address will not be published.