ଗୁଜବକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

0 190

ଭୁବନେଶ୍ୱର,୨୨/୬(ଏସଏସନିୟୁଜ) କରୋନା ଟିକାକୁ ନେଇ ଉପୁଜୁଥିବା ଗୁଜବକୁ ବିଶ୍ୱାସ ନକରିବାକୁ ପରାମଶ୭ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।ଏବେ ଟିକାନେଲେ ପ୍ରଜଜନ କ୍ଷମତା ହ୍ରାସପାଏ ବୋଲି ହୋଇଥିବା ଗୁଜବ ଉପରେ ସ୍ପଷ୍ଟ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛିଯେ, କରୋନା ଟିକା ସହ ପୁରୁଷ କିମ୍ବା ମହିଳାଙ୍କ ପ୍ରଜନନ କ୍ଷମତାର କୌଣସି ସଂପର୍କ ନାହିଁ । ପ୍ରଜନନ ଉପରେ ଏହାର କୁପ୍ରଭାବ ନେଇ ଯେଉଁ ପ୍ରଚାର ହେଉଛି, ତାହାର କୌଣସି ଆଧାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଟିକା ନେବା ଦ୍ୱାରା ପୁରୁଷ କିମ୍ବା ମହିଳାଙ୍କ ପ୍ରଜନନ କ୍ଷମତା ହ୍ରାସ ପାଏ ନାହିଁ । ହେଉଥିବା ଗୁଜବ ଉପରେ ବିଶ୍ୱାସ ନକରିବାକୁ ଜନସାଧାରଣକୁ କେନ୍ଦ୍ର ସରକାର ଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.