ଗୁଲାବ କଲା ବାଦଲ ଫଟା ବର୍ଷା

ଖବର ଆଜିର,ତାରିଖ ୨୮-୦୯-୨୦୨୧/ମଙ୍ଗଳବାର

0 217

୧-REETରେ ଚିଟ କରିବା ପାଇଁ ସ୍ୱତନ୍ତ୍ର ଚପଲ: ୪୦ ଜଣଙ୍କୁ ଗିରଫ କଲାଣି ପୋଲିସ ।ସେମାନେ ପିନ୍ଧିଥିବା ଚପଲ ‘ସୋଲ୍’ରେ ‘ବ୍ଲୁଟୁଥ୍ ଡିଭାଇସ୍’ ଖଞ୍ଜା ଯାଇଥିବା କଥା ପୁଲିସ ଅଧିକାରୀମାନେ କହିଛନ୍ତି।
୨–‘ଆୟୁଷ୍ମାନ୍‌ ଭାରତ ଡିଜିଟାଲ୍‌ ମିସନ୍‌’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ; ପ୍ରତ୍ୟେକ ନାଗରିକଙ୍କ ପାଇଁ ‘ସ୍ବାସ୍ଥ୍ୟ ପରିଚୟପତ୍ର’
୩-ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ ।
୪-ଗୁଲାବ ପ୍ରଭାବରେ ବାଦଲ ଫଟା ବର୍ଷା: ୬ଟି ସ୍ଥାନରେ ଭୂ-ସ୍ଖଳନ ।
୫-କାଶ୍ମୀର ପ୍ରସଙ୍ଗରେ ଭାରତକୁ ତାଲିବାନର ଝଟକା । କହିଲା, ଅତ୍ୟାଚାରର ଶିକାର ହେଉଥିବା ମୁସଲିମଙ୍କ ପାଇଁ ସ୍ୱର ଉଠାଇବୁ ।
୬-ଯୁକ୍ତ୨ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ।
୭-ଚାଷୀଙ୍କ ପାଇଁ ‘ଭାରତ ବନ୍ଦ’ । ଓଡ଼ିଶାରେ ପଡ଼ିଲା ବନ୍ଦର ଆଂଶିକ ପ୍ରଭାବ ।
୮-ଜର୍ମାନି ଜାତୀୟ ନିର୍ବାଚନରେ ବିଜୟୀ ହେଲା ‘ସୋସିଆଲ୍‌ ଡେମୋକ୍ରେଟିକ୍‌ ପାର୍ଟି’, ସ୍ବଳ୍ପ ଭୋଟ୍‌ ବ୍ୟବଧାନରେ ହାରିଲା ମର୍କେଲ୍‌ଙ୍କ ଦଳ ।
୯-ଓଡ଼ିଶା ସୀମାରେ ପୁଣି ଆନ୍ଧ୍ରର ଦାଦାଗିରି । କୋଟିଆରେ ତେଲୁଗୁରେ ନାମଫଳକ ଲଗାଇ ରାଜ୍ୟକୁ ଦେଲା ଚ୍ୟାଲେଞ୍ଜ ।
୧୦-ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମଲା : ଆନନ୍ଦ ଗିରି ସମେତ ୩ଅଭିଯୁକ୍ତଙ୍କ ସାତ ଦିନିଆ ସିବିଆଇ ରିମାଣ୍ଡକୁ ମଞ୍ଜୁରୀ ।
୧୧-ଚାନ୍ଦିପୁରରୁ ଆକାଶ ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ।
୧୨-ମୋ ସ୍କୁଲ୍‌ ଅଭିଯାନ: ୧୬ କୋଟି ୩୧ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ, ୮୮୭ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ପାଇଁ ପ୍ରସ୍ତାବ ।
୧୩-୨୦୦୬ ଓଏଏସ୍‌ ବିବାଦ: ହାଇକୋର୍ଟରେ ଶୁଣାଣି ଶେଷ, ମାମଲାର ରା‌ୟ ଉପରେ ନିର୍ଭର କରିବ ୩୭୮ ପ୍ରାର୍ଥୀଙ୍କ ଭାଗ୍ୟ ।
୧୪-ପୁଣି ବିବାଦରେ ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପ: ରିପୋର୍ଟ ଦେଇନାହିଁ ହାଇଦ୍ରାବାଦ ଆଇଆଇଟି ।
୧୫-ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ପାଇଁ ଜାରି ହେଲା ନିୟମାବଳୀ : ସବୁ କେନ୍ଦ୍ରରେ ସିସି କ୍ୟାମେରା ଲଗାଇବାକୁ ନିର୍ଦେଶ ।
୧୬-ଇଂଲଣ୍ଡ କ୍ରିକେଟ୍‌ ଦଳର ଅଭିଜ୍ଞ ଅଲ୍‌ରାଉଣ୍ଡର ମୋଇନ୍ ଅଲୀ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି ।
୧୭-ପିପିଲି ଉପନିର୍ବାଚନ: ଶେଷ ହେଲା ପ୍ରଚାର, ଗଡ଼ ଜିତିବାକୁ ଜୋର୍‌ଦାର୍‌ କସରତ୍‌ କଲେ ତିନି ଦଳ ।
୧୮-ଦିଲ୍ଲୀରେ ପୁଣି ଗ୍ୟାଙ୍ଗଓ୍ବାର୍‌, କୁଖ୍ୟାତ ଗ୍ୟାଙ୍ଗଷ୍ଟର ମନଜିତ୍‌ ମହଲର ସହଯୋଗୀକୁ କାର ଭିତରେ ଗୁଳିକରି ହତ୍ୟା ।
୧୯-ଭବାନୀପୁର ନିର୍ବାଚନୀ ପ୍ରଚାରରେ ହିଂସାକାଣ୍ଡ । ବିଜେପି-ଟିଏମସି ମଧ୍ୟରେ ରକ୍ତାକ୍ତ ସଂଘର୍ଷ ।
୨୦-ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କୃଷକ ଆନ୍ଦୋଳନରେ ମୃତ ଚାଷୀଙ୍କ ପରିଜନଙ୍କୁ ମିଳିବ ସରକାରୀ ଚାକିରୀ ।
ଶୁଭ ସକାଳ,ସୁପ୍ରଭାତଦକ୍ଷତା ଆପଣଙ୍କୁ ଶୀର୍ଷରେ ପହଞ୍ଚାଇ ପାରେ କିନ୍ତୁ ସେଠାରେ ରହିବାକୁ ହେଲେ ଏକ ଭଲ ଚରିତ୍ରର ଆବଶ୍ୟକତା ଅଛି 🙏ଜୟ ଶ୍ରୀ କୃଷ୍ଣ🙏

 

Leave A Reply

Your email address will not be published.