ଗୁଳି ଫୁଟାଇ ଲୁଟିଲେ ଟଙ୍କା

0 214

ବେଗୁନିଆ, ୧୭/୩(ଏସ୍‌ଏସ୍‌ନିଉଜ) ଧାନଘର ନୂଆଗାଁ ରାସ୍ତାରେ ଆଜି ପୂର୍ବାହ୍ନରେ ଏକ ଘରୋଇ କଂପାନିରେ କାର‌୍ୟ୍ୟରତ ମହିଳାଙ୍କଠାରୁ ଲୁଟ ହୋଇଥିବାର ବେଗୁନିଆ ଥାନାରେ ଅଭିଯୋଗ ହୋଇଛି । ମହିଳା ଜଣକ ଏକାକୀ ସ୍କୁଟିରେ ଯାଉଥିବା ବେଳେ ୨ ଦୁର୍ବୃତ୍ତ ପହଁଚି ତାଙ୍କଠାରୁ ଟଙ୍କା ଛଡାଇବାକୁ ଉଦ୍ୟମ କରିଥିଲେ ।ମହିଳାଜଣଙ୍କ ଦୁର୍ବୁତମାନଙ୍କୁ ବିରୋଧ କରିବାରୁ ସେମାନେ ଗୁଳି ଫୁଟାଇଥିଲେ। ଫଳରେ ଗୁଳି ମହିଳାଙ୍କର ଗୋଡ଼ରେ ଗୁଳି ବାଜିବାରୁ ସେ ତଳେ ପଡ଼ି ଯିବାର ସୁଯୋଗରେ ଦୁର୍ବୁତମାନେ ଟଙ୍କା ନେଇ ଫେରାର ହୋଇଯାଇଥିଲେ ।ସ୍ଥାନୀୟ ଲୋକମାନେ ଗୁରୁତର ଆହତ ହୋଇଥିବା ମହିଳାଙ୍କୁ ଚିକିସାପାଇଁ ଡାକ୍ତରଖାନାରେ ଭର୍ତିକରିଥିଲେ ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.