ଗୁଳିମାଡରୁ ଅଳ୍ପକେ ବର୍ତିଲେ ବିଧାୟକ

0 307

ନୁଆଦିଲ୍ଲୀ,୧୨/୨(ଏସ୍‌ଏସ୍‌ନିୟୁଜ) ଦିଲ୍ଲୀରେ ବହୁମତ ପାଇବା ପରେ ଆମ୍ ଅଦମୀ ପାର୍ଟି ସରକାର ଗଠନ କରିବାକୁ ଯାଉଛି ।ନିର୍ବାଚନରେ ବିଜୟ ପରେ ସମର୍ଥକମାନଙ୍କ ସହ ଘରକୁ ଆସୁଥିବାବେଳେ ବିଧାୟକ ନରେଶ ଯାଦବଙ୍କ ଗାଡି ଉପରକୁ ହୋଇଛି ଗୁଳିମାଡ । ୭ରାଉଣ୍ଡ ଗୁଳିମାଡ ହୋଇଥିଲେ ମଧ୍ୟ ସୈାଭାଗ୍ୟବଶତ ବିଧାୟକ ବଂଚିଯାଇଥିବାବେଳେ ଅଶୋକମାନ୍ ନାକମ ଜଣେ ସହଯୋଗୀଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ଅଛନ୍ତି । ମହରୈାଲି ବିଧାନସଭା କ୍ଷେତ୍ରରୁ ନରେଶ ବିଧାୟକ ଭାବେ ୧୮ହଜାରେ୧୬୧ ଭୋଟରେ ବିଜୟ ଲାଭ କରିଛନ୍ତି । ତେବେ ଏହି ଗୁଳିକାଣ୍ଡ ଘଟଣାକୁ ପୋଲିସ ଗ୍ୟାଙ୍ଗଓାର ବୋଲି କହିଛି ।

Leave A Reply

Your email address will not be published.