ଗୁପ୍ ଚୁପ୍ ନେଲା ମହିଳାଙ୍କ ଜୀବନ

0 868

ଖବର ଆଜି ସକାର,ତାରିଖ ୨୩/୦୯/୨୦ ବୁଧବାର ।
୧-ଚେନ୍ନାଇକୁ ଚିତ୍ କଲା ରାଜସ୍ଥାନ । ୧୬ରନ୍ ରେ ହାରିଲା ଚେନ୍ନାଇ ସୁପର କିଙ୍ଗସ । ଆଇପିଏଲ ୨୦୨୦ର ପ୍ରଥମ ମ୍ୟାଚ ଜିତିଲା ରାଜସ୍ଥାନ ରୟାଲ୍ସ।
୨–୨୦୨୦-୨୧ ୟୁଜି ଏବଂ ପିଜି ଲାଗି ସମ୍ଭାବ୍ୟ ଶିକ୍ଷାବର୍ଷ ଘୋଷଣା : ସମ୍ଭାବ୍ୟ ଶିକ୍ଷାବର୍ଷ ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଅକ୍ଟୋବର ୩୧ସୁଦ୍ଧା ଶେଷ ହେବ ନାମଲେଖା ପ୍ରକ୍ରିୟା ; ନଭେମ୍ବର ୧ରୁ ପାଠପଢା।
୩-ଯୁକ୍ତ ୨ ପ୍ରଥମପର୍ଯ୍ୟାୟ ନାମଲେଖା ଅବଧି ୪ ଦିନ ବଢ଼ାଯାଇଛି। ୨୧ରୁ ଆରମ୍ଭ ହୋଇଥିବା ନାମଲେଖା ୨୬ ବଦଳରେ ୩୦ ତାରିଖକୁ ବଢାଇ ଦିଆଯାଇଛି। CBSE ଓ ICSE ପିଲାଙ୍କ ଡିଜିଲକର ସାର୍ଟିଫିକେଟ୍ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
୪-ଜୋର୍ ଧରିଲାଣି ବାଲେଶ୍ୱର ଉପନିର୍ବାଚନ ତାତି : ପ୍ରସ୍ତୁତି ଆରମ୍ଭ କଲାଣି ବିଜେଡି, ରଣନୀତି ତିଆରିରେ ଲାଗିଛନ୍ତି ବିଜେପି ଓ କଂଗ୍ରେସ।
୫-ସୁନ୍ଦରଗଡ଼ ଜିଲ୍ଲାର ସରଫଗଡ଼ ଗାଁରେ ଗୁପ୍ ଚୁପ୍ ନେଲା ମହିଳାଙ୍କ ଜୀବନ: ଶୀଘ୍ର ଶୀଘ୍ର ଖାଉ ଖାଉ ଲାଗିଗଲା ତଣ୍ଟିରେ ।
୬-ମାଲକାନଗିରି-ଛତିଶିଗଡ ସୀମାରେ ଚାରି ଜଣ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ।
୭-କରୋନା ସଂକ୍ରମଣ ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବୁଧବାର ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ।
୮-ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ରଙ୍କ ଆଉ ଏକ ବଡ଼ ଉପଲବ୍ଧି : ରାଜ୍ୟସଭାରେ ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିଭରସିଟି ବିଲ୍ ୨୦୨୦ ଏବଂ ରାଷ୍ଟ୍ରୀୟସୁରକ୍ଷା‌ ୟୁନିଭରସିଟି ବିଲ୍ ୨୦୨୦ ପାରିତ।
୯-ସ୍ମଲସ୍କ୍ରିନରେ ବଲିଉଡ: ଅନଲାଇନ ଥିଏଟର ଭରସା, ନାମୀଦାମୀ କଳାକାର ବି କଲେଣି ସାଲିସ।
୧୦-ସତ୍ୟମେବ ଜୟତେ ୨’ରେ ଜନ୍‌ଙ୍କ ଜବରଦସ୍ତ ଲୁକ୍‌, ଇଦ୍‌ରେ ହେବ ରିଲିଜ୍‌।
୧୧-୨୦୧୫ରୁ ଏ ପର୍ଯ୍ୟନ୍ତ ୫୮ ଦେଶ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ବୈଦେଶିକ ମନ୍ତ୍ରଣାଳୟ ଜଣାଇଲା କେତେ ଖର୍ଚ୍ଚ ହୋଇଛି।
୧୨-ବଦଳିଗଲା ୬୫ ବର୍ଷର ପୁରୁଣା ଆଇନ । ଅତ୍ୟାବଶକୀୟ ସାମଗ୍ରୀ ତାଲିକାରୁ ହଟିଲା ଆଳୁ, ପିଆଜ ଓ ଡାଲି ।
୧୩-ସର୍ବକାଳୀନ ରେକର୍ଡ: ଆଇପିଏଲ୍ ୨୦୨୦ର ଉଦ୍‌ଘାଟନୀ ମ୍ୟାଚ୍‌କୁ ଦେଖିଲେ ବିଶ୍ୱର ୨୦ କୋଟି ଦର୍ଶକ।
୧୪-ସବୁ କୋଭିଡ୍ ହସ୍‌ପିଟାଲରେ ଖୋଲିବ ସହାୟତା କେନ୍ଦ୍ର।
୧୫-ଅକ୍ଟୋବର ୬ପର୍ଯ୍ୟନ୍ତ ବଢ଼ିଲା ରିୟା-ସୌଭିକଙ୍କ ନ୍ୟାୟିକ ହେପାଜତର ସମୟ, ଜାମିନ ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କଲେ।
୧୬-ଔଷଧ ପାଇଁ ବ୍ୟବହୃତ କଞ୍ଚାମାଲର ଦର ବୃଦ୍ଧି କଲା ଚୀନ : ଭାରତୀୟ ଔଷଧ ବଜାରରେ ପଡିବ ସିଧା ପ୍ରଭାବ, ବଢିପାରେ ଔଷଧର ମୂଲ୍ୟ।
୧୭-୧୪ କୋଟି ଭାରତୀୟ ଭିଡିଓକୁ ଅପସାରଣ କଲା ଟିକଟକ୍‌: ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିବା ଅଭିଯୋଗ ।
୧୮-ପୁରୀ ଶ୍ରୀମନ୍ଦିରରେ ବିନା ଭକ୍ତରେ ପାଳିତ ହେବ ନାଗାର୍ଜୁନ ବେଶ । ଦୀର୍ଘ ୨୬ ବର୍ଷ ପରେ ନଭେମ୍ବର ୨୭ରେ ମହାପ୍ରଭୁଙ୍କ ପ୍ରସିଦ୍ଧ ନାଗାର୍ଜୁନ ବେଶ ନୀତି ଅନୁଷ୍ଠିତ ହେବ ।
୧୯-ବିହାରରେ ସେପ୍ଟେମ୍ବର ୨୮ରୁ ସ୍କୁଲ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।
୨୦-କଙ୍ଗନାଙ୍କ ଆବେଦନକୁ ମଞ୍ଜୁରୀ ଦେଲେ ବମ୍ଵେ ହାଇକୋର୍ଟ, ବଢିପାରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ମୁସ୍କିଲ।
୨୧-ଭାରତ-ଚୀନ ପୂର୍ବ ଲଦାଖ ବିବାଦ: ଏଲଏସିକୁ ଅଧିକ ସୈନ୍ୟ ନପଠାଇବା ଉପରେ ଉଭୟ ଦେଶ ହେଲେ ସହମତି ।

Leave A Reply

Your email address will not be published.