ଗୁରୁକୁ ପୂଜିଲେ ,ବିଜ୍ଞାନମେଳାରେ ଭାଗ ନେଲେ

ଚନ୍ଦ୍ରଶେଖରପୁର,୫।୯(ଏସଏସନିଉଜ)କାନନବିହାର ଫେଜ୍-୨ସ୍ଥିତ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ର ଓ ଶ୍ରୀ ଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ମିଳିତ ସହଯୋଗରେ ଶୁକ୍ରବାରଦିନ ଗୁରୁଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ଏହାସହିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଜ୍ଞାନ ପ୍ରଦର୍ଶନୀର ଆୟୋଜନ କରା ଯାଇଅଛି। ବିଦ୍ୟାଳୟର ସଂପାଦକ ତଥା ପ୍ରଧାନଆଚାର୍ଯ୍ଯ ପ୍ରଦୀପ କୁମାର ପାଣି ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଓ ଛାତ୍ର ଛାତ୍ରୀମାନଙ୍କୁ ନେଇ ଏକ ଗୁରୁସଭା ଆୟୋଜନ କରିଥିଲେ। ପ୍ରଥମେ ଗୁରୁପୂଜନ ଅର୍ଚ୍ଚନା କାର୍ଯ୍ୟକ୍ରମ ହୋଇଥିଲା। ପ୍ରଧାନଆଚାର୍ଯ୍ଯ ଛାତ୍ରଛାତ୍ରୀମାନଙ୍କ ଉତ୍ତମ ଭବିଷ୍ୟତ କାମନା କରି ସେମାନଙ୍କୁ ଆଶୀର୍ବାଦ କରିଥିଲେ। ବର୍ତ୍ତମାନ ସମାଜରେ ଗୁରୁଙ୍କ ଭୂମିକା ସମ୍ପର୍କରେ ଗୁରୁତ୍ୱ ଦେବା ସହିତ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଜୀବନଯାପନ କରିବାପାଇଁ ପ୍ରେରଣା ଦେଇଥିଲେ। ବିଜ୍ଞାନମେଳାରେ ଜୁନିଅର ବିଭାଗରୁ (ପଞ୍ଚମ ଶ୍ରେଣୀରୁ ସପ୍ତମ ଶ୍ରେଣୀ) ୮୧ଟି ପ୍ରକଳ୍ପ ଓ ସିନିୟରବିଭାଗରୁ (ଅଷ୍ଟମଶ୍ରେଣୀରୁ ଦଶମଶ୍ରେଣୀ)୫୫ ଟି ପ୍ରକଳ୍ପ ପିଲାମାନେ ପ୍ରଦର୍ଶିତ କରିଥିଲେ।ସମୁଦାୟ ୧୩୬ଟି ପ୍ରକଳ୍ପ ସ୍ଥାନପାଇଥିଲା।ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ହରଦେବ ଗିରି ଓ ଇଣ୍ଟରନ୍ୟାସନାଲସ୍କୁଲର ଦୁଇଜଣ ବିଜ୍ଞାନଶିକ୍ଷକ ସୂର୍ଯ୍ୟସେନ ଗଣ୍ଠିଆ ଓ ସୀତାଂଶୁ ସଡଙ୍ଗୀ ମୂଲ୍ୟାୟନ କରିଥିଲେ। ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଅଭିଭାବକ ମାନେ ପ୍ରକଳ୍ପଗୁଡିକ ବୁଲି ଦେଖିଥିଲେ ଓ ଛାତ୍ର ଛାତ୍ରୀମାନଙ୍କର ବୁଦ୍ଧି ଓ ଦକ୍ଷତାର ଭୂୟସୀ ପ୍ରଶଂସା କରିଥିଲେ। ଅପରାହ୍ନ ୪ଟାରେ ସମସ୍ତ ଶିଶୁ ବୈଜ୍ଞାନିକମାନଙ୍କୁ ଶ୍ରୀ ଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷା ମନପାଲି ବାଣି ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ଉଦଯାପନ କରିଥିଲେ।

- Advertisement -

Leave A Reply

Your email address will not be published.