ହାଇୱା ଚାପାରେ ଚାଲିଗଲା ଦୁଇ ଶ୍ରମିକଙ୍କ ଜୀବନ

0 355

ଲାଞ୍ଜିଗଡ଼, ୬/୩(ଏସଏସନିଉଜ) ଗତ ରାତିରେ ବକ୍ସାଇଟ ହାଇୱା ଚାପାରେ ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ।ଏହି ଦୁଇଜଣ ହେଲେ ଝାରଖଣ୍ଡ ରାଜ୍ୟର ବୋକାରୁ ଅଞ୍ଚଳର ମୁକେଶ କୁଣ୍ଡୁ(୩୫) ଓ ଅଭିଷେକ ଜେନା( ୩୩) ।ଏମାନେ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା କମ୍ପାନି ଅଧୀନରେ ଥିବା ଏଲଏନଟି କମ୍ପାନିରେ ଶ୍ରମିକ ଭାବେ କାମ କରୁଥିଲେ।କାମ ସାରି ବିଳମ୍ଭିତ ରାତିରେ ଫେରୁଥିଲେ ।ଏହିସମୟରେ ଏକ ଓଏସଏଲ କମ୍ପାନିରେ ଭଡାରେ ଲାଗିଥିବା ମୁନିଗୁଡା ଅଞ୍ଚଳର ବକ୍ସାଇଟ ଲୋଡ୍ ଥିବା ଓଡି-୧୮ ଏ- ୬୬୫୧ ନଂ ହାଇୱା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଏମାନଙ୍କ ଉପରେ ବକ୍ସାଇଟ ପଡ଼ିବା ଯୋଗୁଁ ଏହାର ଚାପାରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.