ହାଣି ଲୁଟିନେଲେ ୩.୭୦ ଲକ୍ଷ

ଗଂଜାମ,୧୧/୧୨(ଏସଏସନିୟୁଜ) ହୁମ୍ମା-କୃଷ୍ଣପ୍ରସାଦ ରାସ୍ତା ଡାଳଖାଇ ନିକଟରେ ରବୀନ୍ଦ୍ର ସାହୁ ନାମକ ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ଲୁଟିଲେ ଦୁର୍ବୁତମାନେ ୩.୭୦ ଲକ୍ଷ ଲୁଟ କରିନେଇଛନ୍ତି ।ଖବରପାଇ ରମ୍ଭା ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତଆରମ୍ଭ କରିବା ସହ ଦୁର୍ବୁତମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଚି । ଓଆର୍‌୦୭ଏକ୍ସ୪୨୬୯ନଂ ପିକଅପ୍ ଭ୍ୟାନଯୋଗେ ରବୀନ୍ଦ୍ର ଦୋକାନ ସଉଦା କରିବାକୁ କୃଷ୍ଣପ୍ରସାଦରୁ ବ୍ରହ୍ମପୁର ଆସୁଥିଲେ। ପୁରୀ-ଗଂଜାମ ସୀମା ଚିଲିକା ନାଳ ନିକଟରୁ ଦୁଇଟି ବାଇକ୍‌ରେ ୪ଜଣ ଯୁବକ ପିଛାକରି ଡାଳଖାଇ ମନ୍ଦିର ନିକଟରେ ତାଙ୍କ ପିକଅପ୍ ଭ୍ୟାନକୁ ରୋକିଥିଲେ ।ଖଣ୍ଡାରେ ରବିନ୍ଦ୍ରକୁ ହାଣିବା ସହ ଚାଳକକୁ ମାଡମାରି ତିନି ଲକ୍ଷ ୭୦ ହଜାର ଟଙ୍କା ଭର୍ତି ବ୍ୟାଗକୁ ନେଇ ପଳାଇଯାଇଥିଲେ ବାଲେି ରବିନ୍ଦ୍ର କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।ପୋଲିସ ସନ୍ଦେହରେ ୮ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବାର ଜଣାପଡିଛି ।

 

- Advertisement -

Leave A Reply

Your email address will not be published.