ବାରଙ୍ଗ,୧।୩(ଏସଏସନିଉଜ) ରବିବାର ଦିନ ରାଜଧାନୀ ଉପକଣ୍ଠ ମରିଚିଆ ଗ୍ରାମରେ ଉଦଯାପିତ ହୋଇଯାଇଛି ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ। ଗ୍ରାମର ଭାଗବତ ଗୃହର ବିଜୁ ପାଲା ମଣ୍ଡପରେ ଶୁକ୍ରବାର ଠାରୁ ନାମଯଜ୍ଞ ଆରମ୍ଭ ହୋଇ ରବିବାର ଶେଷ ହୋଇଛି।ଏହି ଶୁଭ ଅବସରରେ ଶୁକ୍ରବାର ଅପରାହ୍ନରେ ସୁଭାଧିବାସ ଓ ଘଟ ସ୍ଥାପନ କରାଯାଇଥିଲା।ମାନସିକଧାରୀ ମହିଳା ଓ ପୁରୁଷ ଭକ୍ତମାନେ ପ୍ରାଚୀ ନଦୀରୁ କଳସୀରେ ଜଳ ଆଣି ଘଟ ସ୍ଥାପନ କରିଥିଲେ।ଶନିବାର ଦିନ ଅହୋରାତ୍ର ନାମ ସଙ୍କୀର୍ତ୍ତନ କାର୍ଯ୍ୟକ୍ରମ ଚାଲିଥିଲା ଆଜି ରବିବାର ଉଦଯାପିତ ଦିବସରେ ନଗର କୀର୍ତ୍ତନ, ଦାଧିହାଣ୍ଡି ଭଗ୍ନ ଓ ମହୋତ୍ସବ କାର୍ଯ୍ୟକ୍ରମ ଚାଲିଥିଲା। ସମସ୍ତ ଭକ୍ତମାନଙ୍କ ପାଇଁ ତିନି ଦିନ ପର୍ଯ୍ୟନ୍ତ ପ୍ରଭୁଙ୍କ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା।ଏହି ଅବସରରେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେଡି ନେତା ସୁବାସ ଚନ୍ଦ୍ର ପାତ୍ର ପହଞ୍ଚି ନାମ ସଙ୍କୀର୍ତ୍ତନରେ ଭାଗ ନେଇଥିଲେ। ଗ୍ରାମର ଯୁବ ବାହିନୀ ସଦାଶିବ ରାଉତ,ମିକୁନ ରାଉତ,ଜୟନ୍ତ ରାଉତ,ସିବାନି ସାହୁ,ଶ୍ରୀଧର ପରିଡ଼ା, ପ୍ରଶାନ୍ତ ସାସମାଲ,ଜିତେନ୍ଦ୍ର ସେନାପତି,ପ୍ରଶାନ୍ତ ରାଉତ,ସାଗର ରାଉତ,ରାଜେନ୍ଦ୍ର ରାଉତ,ବସନ୍ତ ରାଉତ, ପ୍ରଶାନ୍ତ ସାହୁଙ୍କ ସମେତ ଗ୍ରାମବାସୀ ମାନେ ଏହାକୁ ପରିଚାଳନା କରିଥିଲେ।
