ହରିନାମରେ କମ୍ପିବ ବାବାଙ୍କ ପୀଠ

0 342

ବାରଙ୍ଗ,୨୮/୧(ଏସଏସନିୟୁଜ)ହରିନାମରେ କମ୍ପିବ ବାବା ସୋମନାଥଙ୍କ ପୀଠ ।ହରିକଥା ଶୁଣିବାକୁ ଆସିବେ ଭକ୍ତ । ନଅଦିନ ଧରି ଭକ୍ତମାନଙ୍କ ଜନଗହଳିରେ ପୁରିଉଠିବ ଏହି ପୀଠ ।ଏହିଭଳି ଏକ ପରିବେଶ ସୃଷ୍ଟି ହେବାକୁ ଯାଉଛି ବାବା ସୋମନାଥଙ୍କ ପୀଠରେ ।ରାଜଧାନୀ ଉପକଣ୍ଠ ଢାଓାସ୍ଥିତ ସୋମନାଥ ମନ୍ଦିର ହେଉଛିି ବାରଙ୍ଗ ତଥା ପଟିଆ ଅଂଚଳର ସର୍ବପୁରାତନ ଶୈବପୀଠ । ମା ସରସ୍ୱତୀଙ୍କ ପୁଜାସ୍‌ବ ଦିନଠାରୁ ତ୍ରୟୋଦଶବାର୍ଷିକ ଶ୍ରୀଶ୍ରୀ ରାମଚରିତ ମାନଓ ନବାନ୍ନପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ବାବା ସୋମନାଥଙ୍କ ପୀଠରେ ଆରମ୍ଭ ହେବାକୁ ଯାଉଛି । ଶ୍ରୀଶ୍ରୀ ସୋମନାଥଜ୍ୟୁ ରାମକୃପା ପରିଷଦ ଆନୁକୁଲ୍ୟରେ ଏହାକୁ ଜାମଜକାମ ଭାବେ ଚଳିତ ବର୍ଷ ପାଳିବାକୁ ନିଷ୍ପତି ହୋଇଛି ।ବୁଧବାରଦିନ କଳସଯାତ୍ରା, ଜଳାଭିଷେକ, ଘଟସ୍ଥାପନ କରାଯିବ ।ଗୁରୁବାରଦିନ ରାତିରୁ ଆରମ୍ଭ ହେବ ପ୍ରବଚନ । ପ୍ରବଚକ ପୁଜ୍ୟ ପୁରୁଷୋତମ ଜୀ ଙ୍କ ମୁଖରୁ ଦେବୀ ସୀତାଙ୍କ ମୋହ ଓ ଶିବପାର୍ବତୀଙ୍କ ବିବାହ ରୁ ଏହି ପ୍ରବଚନର ଅୟାରମ୍ଭହୋଇ ୭ ତାରିଖ ଶୁକ୍ରବାର ରାତିରେ ପ୍ରବଚକ ବସନ୍ତପଣ୍ଡାଙ୍କ ମୁଖରୁ ପ୍ରଭୂ ରାମଙ୍କ ରାଜାଭିଷେକରେ ଏହା ଶେଷ ହେବ । ରାଜ୍ୟର ବଛାବଛା ପ୍ରବଚକ ମାନେ ଏଥିରେ ଯୋଗଦାନ କରି କଳିଯୁଗରେ ଭଗବାନକୁ ପ୍ରାପ୍ତିର ଗୁଢରହସ୍ୟ ସହ ହରିକଥା ଶୁଣାଇବେ ।ପ୍ରବଚନ ପରେ ସମସ୍ତ ଭକ୍ତମାନଙ୍କ ପାଇଁ ହରିହାଟରେ ପ୍ରସାଦସେବନର ବ୍ୟବସ୍ଥା ରହିଛି ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.