ହରିରାଜପୁର ଓ ଡେଲାଙ୍ଗ ହାଟ ମେଳଣ ପାଇଁ ହେଲା ବୈଠକ

0 292

ଡେଲାଙ୍ଗ,୧୨/୩(ଏସଏସନିୟୁଜ) ହରିରାଜପୁରର ପଞ୍ଚୁଦୋଳ ମେଳଣ ଓ ଡେଲାଙ୍ଗ ହାଟ ମେଳଣ ବା ସଜ ମେଳଣ ଡେଲାଙ୍ଗ ଅଂଚଳରେ ବେଶ ପ୍ରସିଦ୍ଧି ଲାଭ କରିଛି । ଏହି ମେଳଣ ଦେଖିବାପାଇଁ ଦୁରଦୁରାନ୍ତରୁ ହଜାରହଜାର ଭକ୍ତମାନଙ୍କର ଭୀଡ ରହିଥାଏ ।ମେଳନଦୁଇଟିର ସମୟ ପାଖେଇଆସୁଥିବାରୁ ଏହାକୁ କିଭଳି କାଭେିଡ ନୀୟମ ଭିତରେ ରହି ପାଳନ କରାଯାଇପାରିବ ସେଥିପାଇଁ ଶୁକ୍ରବାରଦିନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ବଢ଼ାଇ ଅଧ୍ୟକ୍ଷତା ରେ ଡେଲାଙ୍ଗ ବ୍ଳକ ପରିସରରେ ବିଜୁ ପଟ୍ଟନାକୟ ସମ୍ମଳନୀ କକ୍ଷରେ ବ୍ଲକପ୍ରଶାସନ ପକ୍ଷରୁ ଆୟୋଜିତ ପ୍ରସ୍ତୁତି ବୈଠକରେ ପିପିଲି ଏସଡିପିଓ ଦେବଦତ୍ତ ବରାଳ , ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ସମେତ ମେଳଣ ପରିଚାଳନା କମିଟି ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।ଏହାକୁ ନେଇ ହୋଇଥିବା ଆଲୋଚନାରେ କୋଭିଡ ନୀୟମକୁ ମାନି ମେଳନ କରିବାକୁ ମେଳଣ ପରିଚାଳନା କମିଟିର ସଦସ୍ୟ ମାନେ ପ୍ରସ୍ତାବ ଦେଇଥିଲେ ।ଏହି ପ୍ରସ୍ତାବକୁ ଜିଲ୍ଲାପ୍ରଶାସନ ପାଖରେ ଉପସ୍ଥାପିତ କରିବାପାଇଁ ବ୍ଲକ ପ୍ରଶାସନକୁ ମେଳଣକମିଟି ପକ୍ଷରୁ ଅନୁରୋଧ କରାଯାଇଥିବାବେଳେ ଆଗାମି ବୈଠକରେ ମେଳନ କିପରି ହେବ ତାହାର ସ୍ପଷ୍ଟଚିତ୍ର ଜଣାପଡିବ ବୋଲି କୁହାଯାଇଛି ।

Leave A Reply

Your email address will not be published.