ହାତୀ ପାଇଁ ରାସ୍ତାରୋକ

0 40

କଣ୍ଟାମାଳ,୨।୧(ଏସଏସନିଉଜ)ଗତକିଛି ଦିନଧରି ଜଙ୍ଗଲୀ ହାତୀ ଉପଦ୍ରଵ ଯୋଗୁ ଗ୍ରାମବାସୀ ଅତିଷ୍ଠ ହୋଇପଡିଥିଲେ।ହାତୀ ଭୟରେ ଘରୁ ବହାରିବାକୁ ନିରାପଦ ମଣୁନଥିଲେ।ଜଙ୍ଗଲ ବିଭାଗକୁ ଅନୁରୋଧ ପରେ ମଧ୍ୟ ସେମାନେ ନଶୁଣିଲାପରି ରହୁଥିଲେ।ଶେଷରେ ସୁରକ୍ଷା ପାଇଁ ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀମାନଙ୍କ ଦ୍ୱାରା ରାଜରାସ୍ତା ଅବରୋଧ କରାଯାଇଛି।ଯାହାଫଳରେ ମନମୁଣ୍ଡା-ଘଣ୍ଟାପଡା ରାସ୍ତାର ଉଦେପୁର ଛକରେ ଅଞ୍ଚଳବାସୀଙ୍କ ରାସ୍ତା ଅବରୋଧ ଯୋଗୁ ଯାତାୟାତ ଠପ ହୋଇଯାଇଛି।ବାରମ୍ବାର ଅଭିଯୋଗ ପରେ ବି ବନବିଭାଗ ଚୁପ୍ ରହିବାରୁ ତାତିଛନ୍ତି ଲୋକେ।

Leave A Reply

Your email address will not be published.