ହଟିବ ବାପାଛେଉଣ୍ଡ ଶୁଭଶ୍ରୀଙ୍କଦୁଃଖ

ଖବର ଆଜିର,ତାରିଖ ୦୮/୧୧/୨୧, ସୋମବାର

0 548

୧-ଆସିଲା ଶୀତ,୧୫ ଡିଗ୍ରୀ ତଳେ ରାଜ୍ୟର ୭ ସ୍ଥାନ, ଦାରିଙ୍ଗବାଡିଠାରେ ପାରଦ ୯.୫ ଡିଗ୍ରୀ।
୨-ଖୁବ୍ ଶୀଘ୍ର ଆରମ୍ଭ ହେବ ପିଲାଙ୍କ ଟିକାକରଣ, ୧ କୋଟି ZY-cov-D ଟିକା କିଣିବାକୁ କେନ୍ଦ୍ର ସରକାରଙ୍କ ଆଦେଶ।
୩-ଶ୍ରମ ବିଭାଗ ଓ BMCର ମିଳିତ ପ୍ରୟାସ; ତିଆରି ହେବ ଶ୍ରମିକ ଆଶ୍ରୟୀସ୍ଥଳୀ
୪-ବଢ଼ୁଛି ଇଲେକ୍‌ଟ୍ରିକ୍‌ ଯାନର ଚାହିଦା, ଲୋକଙ୍କୁ ଗାଡ଼ି କିଣାରେ ସବ୍‌ସିଡି ଦେବାକୁ ସରକାରଙ୍କ ଯୋଜନା।
୫-ଟାଙ୍ଗୀ ବ୍ଲକ୍‍ ଡିଆ ପଞ୍ଚାୟତ ଅନ୍ତର୍ଗତ ଭୋଇ ସାହି: ପୁଣି ଅସହାୟଙ୍କୁ ସହାୟତାର ହାତ ବଢାଇଲା କିସ୍‍ ଫାଉଣ୍ଡେସନ, ହଟିବ ବାପା ଛେଉଣ୍ଡ ଶୁଭଶ୍ରୀଙ୍କ ପରିବାରର ଦୁଃଖ।
୬-ବ୍ରହ୍ମଗିରିର ସାତପଡ଼ା ଅଞ୍ଚଳରେ ଥିବା ନାଥପୁର:ଉଗ୍ର ରୂପ ନେଲା ଗୋଷ୍ଠୀ କନ୍ଦଳ, ଫୁଟିଲା ୨୦ରୁ ଅଧିକ ବୋମା।
୭-କଳିଙ୍ଗ ଷ୍ଟାଡିୟମ୍:ବେକାରୀ ଯୁବକ ଯୁବତୀଙ୍କ ପାଇଁ ସାହା ଭରସା ସେଠୀ ସାର୍, ବିନା ପାରିଶ୍ରମିକରେ ୨୦ ବର୍ଷ ହେଲା ଦେଉଛନ୍ତି ଫିଜିକାଲ ଟ୍ରେନିଂ।
୮-ଆଜି ଭବାନୀପାଟଣା କୃଷି ମହାବିଦ୍ୟାଳୟ ଠାରେ ହିତାଧିକାରୀଙ୍କୁ BSKY ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ

୯-୮ ୱିକେଟ୍‌ରେ ଆଫ୍‌ଗାନିସ୍ତାନ୍‌କୁ ହରାଇଲା ନ୍ୟୁଜିଲାଣ୍ଡ, ଟି-୨୦ ବିଶ୍ବକପରେ ଶେଷ ହେଲା ଭାରତର ଅଭିଯାନ।
୧୦-ବିଶ୍ୱ ବଜାରରେ ମିଳିବ କୋରାପୁଟ ମାଣ୍ଡିଆ: ଅନଲାଇନରେ ଅର୍ଡର କରିପାରିବେ ଗ୍ରାହକ।
୧୧-ରାଜଧାନୀରେ KBN ଗ୍ୟାଙ୍ଗ ଆତଙ୍କ, ଭୟରେ ରାଜଧାନୀବାସୀ।ରାତି ହେଲେ ଆରମ୍ଭ ହେଉଛି ଚୋରୀ, ଡକାୟତି, ହତ୍ୟା ଏମିତିକି ଦୁଷ୍ମର୍ମ ମଧ୍ୟ । ‘କେବିଏନ୍’ ଅର୍ଥ ‘କୋଇ କିସିକା ଭାଇ ନେହିଁ’ ।
୧୨-ସିଟ ସଂଖ୍ୟା ୩୨,୦୦୦ କିନ୍ତୁ ଚଏସ୍ ଲକିଂ କରିଛନ୍ତି ୧୧,୭୦୦ ଜଣ,ଇଞ୍ଜିନିୟରିଂ ପାଠ ପ୍ରତି କମୁଛି କି ଆଗ୍ରହ? ଚଳିତ ବର୍ଷ ମଧ୍ୟ ପ୍ରାୟ ୬୦% ସିଟ୍ ଖାଲି ପଡିବା ଆଶଙ୍କା।
୧୩-ଗଞ୍ଜାମରେ ୨ପର୍ଯ୍ୟାୟରେ ୨୩୩ଟି ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣ କାମ ଜାରି, ପଞ୍ଚାୟତିରାଜ ଦିବସରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ, ସୁପ୍ରଭାତ, ଗୁଡମର୍ଣିଂ ଏ ଦୁନିଆରେ ସମୟ ହିଁ ବଳବାନ, କାହିଁକିନା ସମୟ ସବୁକିଛି ପରିବର୍ତ୍ତନ କରିଦେଇଥାଏ….ଧର୍ଯ୍ୟର ସହ ପରିସ୍ଥିତି କୁ ସାମ୍ନା କରନ୍ତୁ ଦେଖିବେ ନିଶ୍ଚିତ କିଛି ନୂତନ ଉପହାର ମିଳିବ….ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ।

Leave A Reply

Your email address will not be published.