ହାତୀକୁ ଦେଖି ହାତୀ ଛାନିଆ

0 265

ବାରଙ୍ଗ,୧୧/୪(ଏସ୍‌ଏସ୍‌ନିୟୁଜ)ହାତୀକୁ ଦେଖି ହାତୀ ଗୁରୁତର ହୋଇଛି ।ଏମିତି ଏକ ଘଟଣା ଶନିବାରଦିନ ଚନ୍ଦକାଅଂଚଳରେ ଦେଖିବାକୁୁ ମିଳିଛି । ହାତୀ ଚନ୍ଦକା ଜଙ୍ଗଲକୁ ଯାଇଥିବାବେଳେ ଏକ ଅମାନିଆ ଦନ୍ତାହାତୀ ସେହିପଟେ ଆସୁଥିଲା । ଅମାନିଆ ହାତୀ କବଳରୁ ବଂଚିବାକୁ ଯାଇ ହାତୀ ହାତୀକୁ ଦେଖି ଛାନିଆରେ ଦୈାଡି ଏକ ଖାଲରେ ପଡି  ଆହତ ହୋଇଥିଲେ ।ଏହି ଘଟଣା ପ୍ରଚାରହେବାପରେ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ହେଲେ କିଛି ସମୟପରେ ଅମାନିଆ ଦନ୍ତାହାତୀ କବଳରୁ ବଂଚି ଘରକୁ ଫେରିବାପରେ ସମ୍ପୁର୍ଣ ଘଟଣା ଜଣାପଡିଥିଲା ।ଦନ୍ତାହାତୀକୁ ଦେଖି ଆହତ ହୋଇଥିବା ହାତୀ ଆଉ କେହିନୁହନ୍ତି । ସେ ହେଉଛନ୍ତି ଅଭୟାରଣ୍ୟ କଡ ରେ ରହୁଥିବା ଆମ୍ବପଡିଆ ବସ୍ତୀର ହାତୀସିଂ । ।ଏହି ଘଟଣାକ୍ରମରେ ହାତୀସିଂ ଓ ତାଙ୍କ ପୁଅ ବାବୁଲିର ଭୁମିକା ରହିଛି ।
ଘଟଣାରୁ ପ୍ରକାସ ଯେ,ଶନିବାର ସକାଳେ ହାତୀସିଂ ଓ ତାଙ୍କ ପୁଅ ବାବୁଲା ଶୈାଚପାଇଁ ଚନ୍ଦକାଜଙ୍ଗଲ କଡକୁ ଯାଇଥିଲେ । ଶୈାଚ ପାଇଁ ବାପପୁଅ ଚନ୍ଦକା ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ପଶିଯାଇଥିଲେ । ଏହି ସମୟରେ ଚନ୍ଦକା ଜଙ୍ଗଲରେ ବୁଲୁଥିବା ଏକ ଅମାନିଆ ଦନ୍ତାହାତୀ ହାବୁଡରେ ବାପପୁଅ ପଡିଯାଇଥିଲେ । ପ୍ରାଣବିକଳରେ ବାପପୁଅ ଦନ୍ତା କବଳରୁ ବଂଚିବାକୁ ଉଦ୍ୟମ ଆରମ୍ଭ କରି ଦୈାଡି ଜଙ୍ଗଲ ମଧ୍ୟରୁ ବାହରକୁ ପଳାଇଆସିବାକୁ ଚେଷ୍ଟା କରିଥିଲେ ।କିନ୍ତୁ ଦନ୍ତାଟି ଆକ୍ରମଣ କରିବାକୁ ବାପପୁଅଙ୍କ ପଛରେ ଗୋଡାଇଥିଲା । ସୈାଭାଗ୍ୟବଶତ ହାତୀ କବଳରୁ ହାତୀସିଂ ଓ ତାଙ୍କ ପୁଅ ବଂଚିଯାଇଥିଲେ ସିନା ହେଲେ ଖଣ୍ଡିଆଖାବରା ହୋଇଥିଲେ । ଉପସ୍ଥିତ ବୁଦ୍ଧି ଖଟାଇ ହାତୀସିଂ ଏକ ଖାଲ ଓ ପୁଅବାବୁଲା ଏକ ବୁଦା ମୁଳରେ ରହିଯାଇଥିବାରୁ ଅମାନିଆ ଦନ୍ତା କବଳରୁ ଖସିଆସିଥିଲେ । ହାତୀ ଜଙ୍ଗଲ ମଧ୍ୟକୁ ଯିବାପରେ ବାପପୁଅ ବହୁ କଷ୍ଟରେ ଘରକୁ ଫେରିବାପରେ ସବୁକଥା ଗ୍ରାମବାସୀମାନେ ଜାଣିପାରିଥିଲେ ।ହାତୀସିଂଙ୍କ ଶରୀରର ବିଭିର୍ଣ ସ୍ଥାନ କ୍ଷତ ହୋଇଥିବାବେଳେ ପୁଅ ବାବୁଲାର ଅଂଟାରେ ଶକ୍ତ ଆଘାତ ଲାଗିଥିବାର ଜଣାପଡିଥିଲା ।ଏହିଘଟଣାପରେ ଏମାନଙ୍କ ଚିକିସ୍‌।ପାଇଁ ଗ୍ରାମର ଯୁବକମାନେ ଚନ୍ଦକାଥାନା ଅଧିକାରୀ ଦେବେନ୍ଦ୍ରବିଶ୍ୱାଳ ଙ୍କ ସହାୟତା ଲୋଡିଥିଲେ । ଥାନା ଅଧିକାରୀ ୧୦୮ଆମ୍ବୁଲାନ୍ସ ମଗାଇ ଆହତଙ୍କୁ ଚିକିସ୍‌।ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍‌ପିଟାଲକୁ ପଠାଇଥିବାର ଜଣାପଡିଛି ।

Leave A Reply

Your email address will not be published.