ଝଙ୍କଡଶାରଳା ଓ ଭଗବତୀ ପୀଠରେ ୧୪୪

0 525

ଭୁବନେଶ୍ୱର,୧୧/୪(ଏସ୍‌ଏସ୍‌ନିୟୁଜ)ଗୋଟିଏ ଦିନର ବ୍ୟବଧାନପରେ ପଡିବ ମହାବିଷୁବସଂକ୍ରାନ୍ତି ।ଏହିଦିନ ଜଗତସିଂହପୁରର ଦୁଇ ପ୍ରସିଦ୍ଧ ଶକ୍ତିପୀଠରେ ଜନସମାଗମ ହୋଇଥାନ୍ତା । କିନ୍ତୁ କରୋନା ପାଇଁ ଏଠାରେ ହେବାକୁ ଥିବା ପ୍ରସିଦ୍ଧ ଝାମୁଯାତ୍ରା ଫିକା ପଡିବାକୁ ଯାଉଛି । କରୋନା ପାଇଁ ରାଜ୍ୟ ଲକଡାଉନ ରହିଛି । ଏହି ସମୟରେ ଏହି ପୀଠଦ୍ୱୟରେ ଝାମୁଯାତ୍ରା ଦେଖିବାକୁ ପ୍ରବଳ ଜନସମାଗମ ହେବାର ଆଶଙ୍କ ଦୃଷ୍ଟିରୁô ଜିଲ୍ଲାପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ତିର୍ତୋଲଥାନା ଅଂଚଳର ଝଙ୍କଡଶାରଳାପୀଠ ସହିତ ବାଲିକୁଦାଥାନା ଅର୍ନ୍ତଗତ ଭଗବତୀମନ୍ଦିର ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ପଣାସଂକ୍ରାନ୍ତିରେ ଝାମୁ୍‌ଯାତ୍ରା ଦେଖିବାକୁ ଲୋକ ଯେପରି ଏହି ଦୁଇସ୍ଥାନରେ ଏକତ୍ରିତ ନହୋଇପାରିବେ ସେଥିପାଇଁ ଏହି ଧାରା ଜାରି କରାଯାଇଛି । ଆସନ୍ତାକାଲିଠାରୁ ୧୪ତାରିଖ ପର୍ଯ୍ୟନ୍ତ ୩ଦିନପାଇଁ ଏଠାରେ ୧୪୪ ଧାରା କାରି କରାଯାଇଛି । ଜିଲ୍ଲାପ୍ରଶାସନ ପକ୍ଷରୁ ଆଜି ଜାରିକରାଯାଇଥିବା ଏହି ନିର୍ଦ୍ଦେଶରେ ଏହି ଦୁଇ ଅଂଚଳରେ ଗୋଟିଏ ସ୍ଥାନରେ ୪ଜଣôରୁ ଅଧିକ ଲୋକ ଏକତ୍ରିତ ନହେବାକୁ କୁହାଯାଇଛି ।

Leave A Reply

Your email address will not be published.