ହାତୀ ପାଇଁ ନନ୍ଦନକାନନ ବନ୍ଦ

0 332

ବାରଙ୍ଗ,୯/୩(ଏସ ଏସ ନିଉଜ)ଚନ୍ଦକା ହାତୀ ପାଇଁ ବନ୍ଦ ରହିଲା ପ୍ରାଣୀଉଦ୍ୟନ ନନ୍ଦନକାନନ।ଗତକାଲି ରାତିରେ ଚନ୍ଦକା ଜଙ୍ଗଲର ଦୁଇଟି ହାତୀ ସୁରକ୍ଷା ପ୍ରାଚିର ଭାଙ୍ଗି ନନ୍ଦନକାନନରେ ପସିଛନ୍ତି।ହାତୀ ଦୁଇଟି ଜିରାଫ ଏନକ୍ଲୋଜରରେ ପଛପଟ ଜଙ୍ଗଲରେ ରହିଥିବାରୁ ପର୍ଯ୍ୟଟକ ମାନଙ୍କ ପାଇଁ ସାମୟିକ ଭାବେ ନନ୍ଦନକାନନ ମଧ୍ୟକୁ ପ୍ରବେଶକୁ ବନ୍ଦ ରଖାଯାଇଛି।ପର୍ଯ୍ୟଟକ ମାନଙ୍କ ନିରାପଦ ଦୃଷ୍ଟିରୁ ନନ୍ଦନକାନନ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି।ହାତୀଙ୍କୁ ଘଉଡାଇବା ପାଇଁ ଚନ୍ଦକା ବନବିଭାଗ,ନନ୍ଦନକାନନ ସୁରକ୍ଷା ବିଭାଗ କର୍ମଚାରୀ ମାନେ ଲାଗିଛନ୍ତି।ଅନ୍ୟପଟେ ବଟାନିକାଲ ଗାର୍ଡେନ ପର୍ଯ୍ୟଟକ ଙ୍କ ପାଇଁ ଖୋଲା ରହିବ ବୋଲି ଉପ ନିର୍ଦେଶକ ଡ଼,ସଞ୍ଜିତ କୁମାର କହିଛନ୍ତି ।

Leave A Reply

Your email address will not be published.