ପୁଣି ଧାରଣା ଦେଲେ ଦଳିତ ପରିବାର

0 464

ବାରଙ୍ଗ, ୮/୩(ଏସଏସନିଉଜ)ପୁଣି ଧାରଣା ଦେଲେ ରାଷ୍ଟ୍ରିୟ ପଛୁଆ ବର୍ଗ ମହାସଂଘ ।ସେହି ପୁରୁଣା ଦାବୀକୁ ଦୋହରାଇଲେ ଓ ଚେତାବନୀ ମଧ୍ୟ ଦେଲେ ।ଦାବୀ ପୁରଣ ନହେବା ପର୍ଯ୍ୟନ୍ତ ପର୍ଯ୍ୟାନୁକ୍ରମରେ ଧାରଣାଦେବେ ବୋଲି କହିଥିଲେ ।
ବିଦ୍ୟାଧରପୁର ମୌଜା କଟକ ସିଡିଏ ସେକ୍ଟର ୧୩ରେ ଥିବା ୧୮୦ ଦଳିତ ପରିବାରଙ୍କ ୧୮୦ ଏକର ଜମି ପଟ୍ଟା ଜଲିଆତି କରାଯାଇ ସରକାରୀ ଖାତାକୁ ନିଆଯାଇଥିବାର ପ୍ରତିବାଦରେ ମଙ୍ଗଳବାରଦିନ ତହସିଲ କାର୍ଯ୍ୟାଳୟ ଆଗରେ ଦଳିତ ପରିବାରମାନେ ଧାରଣାରେ ବସିଥିଲେ ।ଏହି ପରିବାରକୁ ତହସିଲ ପକ୍ଷରୁ ମିଳିଥିବା ସ୍ଥିତିବାନ ଜମିପଟ୍ଟାରେ ନାମ ରହିଛି କିନ୍ତୁ ଜାଗାନାହିଁ ,ଏହି ଜାଗା ସରକାରୀ ଖାତାକୁ କିପରି ଗଲା ବୋଲି ସେମାନେ ଅଭିଯୋଗ କରିଥିଲେ ।ଏହାସହ ଏହି ସ୍ଥିତିବାନ ସମ୍ପତି କିଭଳି ଦଳିତ ପରିବାର ଫେରିପାଇବେ ସେଥିପାଇଁ ଦାବୀ କରିଥିଲେ । ଏହାର ପ୍ରତିବାଦରେ ରାଷ୍ଟ୍ରିୟ ପଛୁଆ ବର୍ଗ ମହାସଂଘ ତରଫରୁ ଏକ ପ୍ରତିବାଦ ଶୋଭାଯାତ୍ରା ସହିତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରର୍ଦଶନ କରାଯାଇଥିଲା । ରାଷ୍ଟ୍ରିୟ ପଛୁଆ ବର୍ଗ ମହାସଂଘର ରାଜ୍ୟ ପ୍ରଭାରୀ ସଂଞିତ୍ ସାମଲଙ୍କ ନେତୃତ୍ୱରେ ଭାସ୍କର ସାହୁ, କ୍ଷେତ୍ରବାସୀ ନାୟକ, ଫୁଲ ବେଓା, ସଂମ୍ବାରୀ ବେଓା, ରୂପା ବେଓା, ରଜନୀ ନାୟକ, ଜୟନ୍ତ ସାମଲ, କ୍ଷେତ୍ରମୋହନ ସେଠୀ, କହେଁ୍ନଇ ନାୟକ ସମେତ ବହୁ ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ତହସିଲଦାରଙ୍କ ନିକଟରେ ଜମିଜାଲିୟାତିର ତଦନ୍ତ କରି ସଂପୃକ୍ତ ଅଧିକାରୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ସେମାନଙ୍କର ଜମି ଫେରି ପାଇବା ପାଇଁ ଦାବି କରିଥିଲେ ।ଧାରଣାସ୍ଥଳକୁ ତହସିଲଦାର ସଂଙ୍କଳ୍ପ ସ୍ୱସ୍ତିକ ସାହୁ ଆସି ଦାବୀପତ୍ର ଗ୍ରହଣ କରିବା ସହ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ କରାଯିବାର ପ୍ରତିଶୃତି ଦେବାପରେ ଧାରଣାରତ ଦଳିତ ପରିବାର ଉଠିଥିଲେ ।(ଗୈାତମରାଉତଙ୍କ ରିପୋର୍ଟ)

 

Leave A Reply

Your email address will not be published.