ହାତରେ ଜାତୀୟ ପତାକା ,ବେକରେ ପ୍ଲାକାଡ ଧରି ପଦଯାତ୍ରାରେ ଯୁବକ

0 416

ବାରଙ୍ଗ,୨୩/୧୧(ଏସଏସନିୟୁଜ)ହାତରେ ଜାତୀୟପତାକା ,ବେକରେ ପ୍ଲା- କାଡ,ମୁଖରେ ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବୀର ବାର୍ତା ନେଇ ପଦଯାତ୍ରାରେ ବାହାରିଛନ୍ତି ଯୁବକ । ଜଗତସିଂପୁର ଜିଲ୍ଲା ବାଲିକୁଦା ବ୍ଲକର ସତ୍ୟବ୍ରତ ଦାସ (୨୬)ରାଜ୍ଯର ୩୧୪ଟି ବ୍ଲକ ରେ ପହଞ୍ଚିବା ଲକ୍ଷ ନେଇ ୨୦୧୯ଜୁଲାଇ ୧୦ ତାରିଖରୁ ଯାଜପୁରର ବଡଚଣା ବ୍ଲକରୁ ପଦଯାତ୍ରା ଆରମ୍ଭ କରିଛନ୍ତି ।ଏହାମଧ୍ୟରେ ସେ ଯାଜପୁର,କେନ୍ଦ୍ରାପଡା, ଭଦ୍ରକ,ବାଲେଶ୍ବର,ମୟୁରଭଞ୍ଜ, କେଉଝର, ସୁନ୍ଦରଗଡ,ଝାରସୁଗୁଡା,ସମ୍ବଲପୁର,ଦେବଗଡ,ବରଗଡ,,ନୂଅପଡା,ବଲାଙ୍ଗୀର,ସୋନପୁର,ବୌଦ୍ଧ,କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ,ମାଲକାନାଗିରୀ,ନବରଙ୍ଗପୁର,କାଲାହାଣ୍ଡି,ଅନୁଗୁଳ,ଢେଙ୍କାନାଳ,ନୟାଗଡ ପରେ ଆଜି କଟକ ଜିଲ୍ଲା ରେ ପହଞ୍ଚିଥିଲେ ।ନରସିଂପୁର,ବଡମ୍ବା ପରେ ବାରଙ୍ଗ ବ୍ଳକରେ ପହଁଚିଥିଲେ। ସମସ୍ତ ବ୍ଲକକୁ ଯାଇ ବିଡିଓଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରୁଛନ୍ତି। ଆଜି ସୁଦ୍ଧା ୫୦୩ ଦିନ ପଦ ଯାତ୍ରାରେ ୨୭୮ ବ୍ଳକ ଅତିକ୍ରାନ୍ତ କରି ୮ ହଜାର ୮୦୦ କିଲୋ ମିଟର ପଦଯାତ୍ରାକରି ସାରିଛନ୍ତି। ଆଜି ବାରଙ୍ଗ ବ୍ଲକରେ ପହଁଚି ବିଡିଓ ପ୍ରଭାକର ପଣ୍ଡାଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରିଛନ୍ତି।ଚାଲି ଚାଲି ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ରାସ୍ତା ସାରା ମିଳୁଛି ସମ୍ବର୍ଦ୍ଧନା । ବାରଙ୍ଗ ପ୍ରେସ୍ କ୍ଲବ୍ ତରଫରୁ ମଧ୍ୟ ତାଙ୍କୁ ଉପ ଢୌକନ ଦେଇ ସମ୍ବଦ୍ଧିତ କରାଯାଇଛି।

Leave A Reply

Your email address will not be published.