ଜାଳିଦେଲେ କୁକୁଡ଼ା ଫାର୍ମ

0 598

ବାରଙ୍ଗ,୨୩/୧୧(ଏସଏସନିୟୁଜ) ସରକାରୀ ଜମିରେ ବେଆଇନ୍ ଭାବେ ନିର୍ମାଣ ହେଉଥିବା ଏକ କୁକୁଡ଼ା ଫାର୍ମ ରେ କେହି ଦୁର୍ବୃତ୍ତ ରବିବାର ବିଳମ୍ବିତ ରାତିରେ ନିଆଁ ଲଗାଇଦେଇଛି।ଫଳରେ ଫାର୍ମ ଟି ସମ୍ପୂର୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି।ଏଭଳି ଘଟଣା ଘଟିଛି ନନ୍ଦନକାନନ ଥାନା ଅନ୍ତର୍ଗତ ଦାଢ଼ା ପଞ୍ଚାୟତ ନିକଟ ଦେଇ ଯାଇଥିବା ବାରଙ୍ଗ ପୁରୀ ମୁଖ୍ୟ କେନାଲ ପାଶ୍ୱର୍ରେ।ଘଟଣାରୁ ପ୍ରକାଶ ଯେ ସ୍ଥାନୀୟ ଗ୍ରାମର ଜଣେ ବ୍ୟକ୍ତି ଉକ୍ତ ଜାଗାରେ ଏକ କୁକୁଡ଼ା ଫାର୍ମ ନିର୍ମାଣ କରୁଥିବାର ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି ଏବଂ ସେ ଏହାର ଚାଳ ଛାଉଣୀ ମଧ୍ୟ କରିଥିଲେ।କିନ୍ତୁ ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏଥିରେ ନିଆଁ ଲଗାଇ ଦେଇଥିଲା,। ଫଳରେ ଫାର୍ମ ଟି ସମ୍ପୂର୍ଣ ଜଳିପୋଡି ଯାଇଛି।ଏଥିରେ କାହାର କୌଣସି ବିଶେଷ କ୍ଷତି ହୋଇନଥିବା ସୂଚନା ମିଳିଛି ।

Leave A Reply

Your email address will not be published.