ପୋଲିସ ଏନ୍‌କାଉଣ୍ଟରରେ ୩ ହାର୍ଡକୋର ମାଓବାଦୀ ନିହତ

0 269

ମାଲକାନଗିରି,୨୩/୧୧(ଏସଏସନିୟୁଜ)ପୋଲିସ ଓ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୩ ହାର୍ଡକୋର ମାଓବାଦୀ ପ୍ରାଣ ହରାଇଥିବା ବେଳେ ଜଣେ ଜବାନ ଆହତ ହୋଇଛନ୍ତି ।ଏହି ଘଟଣାମାଲକାନଗିରି -ଛତିଶଗଡ ସୀମାନ୍ତ କାଙ୍କେର ଜିଲ୍ଲାରେ ଘଟିଛି । ରେଲଓ୍ବେ ଲାଇନ୍ ମରାମତି କାର୍ଯ୍ୟରେ ସୁରକ୍ଷା ପାଇ ନିଯୋଜିତ ଥିବା ଏସଟିଏଫ ଜବାନଙ୍କୁ ଟାର୍ଗେଟ୍ କରି ମାଓବାଦୀ ପ୍ରଥମେ ଗୁଳିଚାଳନା କରିଥିଲେ ।ନିଜକୁ ବଞ୍ଚାଇବାକୁ ଯାଇ ଜବାନମାନେ ପାଲଟା ଗୁଳି ଚଳା ଇବା ଦ୍ବାରା ଜବାନଙ୍କ ଗୁଳିରେ ଜଣେ ମହିଳା ଓ ଦୁଇ ଜଣ ପୁରୁଷକୁ ମିଶାଇ ୩ ଜଣ ମାଓବାଦୀ ପ୍ରାଣ ହରାଇବା ସହ ୬ଟି ଅତ୍ୟାଧୁନିକ ବନ୍ଧୁକ ଜବତ କରାଯାଇଛି ।

Leave A Reply

Your email address will not be published.