ହତ୍ୟାଧମକ ଦେଇ ବାପ ପୁଅ ହେଲେ ଗିରଫ

0 254

ଡେଲାଙ୍ଗ,୨୭/୩(ଏସ୍‌ଏସ୍ ନିୟୁଜ) ବାବା ବାଲୁଙ୍କେଶ୍ୱର ଦେବଙ୍କ ଭୋଗ ଖିଆ କୁ ନେଇ ହାକପଡା ଗ୍ରାମରେ ଉତେଜନା ଦେଖାଦେଇଥିଲା । ଏହି ଗ୍ରାମର ପ୍ରତାପ ସ୍ୱାଇଁ ନାମକ ବ୍ୟକ୍ତି ଠାକୁରଙ୍କ ଭୋଗଖିଆକୁ ବିରୋଧ କରିଥିବାବେଳେ କବିରାଜ ସ୍ୱାଇଁ ଏହାର ପ୍ରତିରୋଧ କରିଥିଲେ ।ଏଥିରେ ଉତକ୍ଷିପ୍ତହୋଇ ପ୍ରତାପ ସ୍ୱାଇଁ ଓ ତାଙ୍କ ପୁଅ ଜ୍ଞାନରଞ୍ଜନ ସ୍ୱାଇଁ ଗାଳିମନ୍ଦ କରିବା ସହ କବିରାଜ କୁ ହତ୍ୟା କରିବା ପାଇଁ ଧମକ ଦେଇଥିବାର ସେ ଡେଲାଙ୍ଗ ଥାନାରେ ଲିଖିତ ଭାବେ ଜଣାଇଥିଲେ । ପୋଲିସ ୬୮/୨୦୨୧ରେ ଏକ ମକଦ୍ଦାମ ରୁଜୁକରି ପ୍ରତାପ ଓ ତାଙ୍କ ପୁଅ ଜ୍ଞାନରଞ୍ଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave A Reply

Your email address will not be published.