କାକଟପୁର ମା ମଙ୍ଗଳାଙ୍କ ଝାମୁଯାତ୍ରାରେ ଲାଗିଲା କଟକଣା

0 234

କାକଟପୁର ,୨୭/୩(ଏସ୍‌ଏସ୍ ନିୟୁଜ) ପୁରୀ ଜିଲ୍ଲାର ପ୍ରମୁଖ ଶକ୍ତିପୀଠ କାକଟପୁର ମା’ ମଙ୍ଗଳାଙ୍କ ଚୈତ୍ର ପର୍ବ ଝାମୁଯାତ୍ରା ଉପରେ ଲାଗିଲା କରୋନା କଟକଣା । ମାଙ୍କର ଏହି ଯାତ୍ରାକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଦର୍ଶନ କରିବାକୁ ଆସିଥାନ୍ତି । କିନ୍ତୁ କରୋନାପାଇଁ ଏହାଫିକା ପଡିବାକୁ ଯାଉଛି । କୋଭିଡ କଟକଣା ଭିତରେ ଚାଲିବ ମାଆଙ୍କ ନୀତି କାନ୍ତି କରିବାକୁ ନିଷ୍ପତି ହୋଇଛି । ଚଳିତ ମାସ ୩୦ ତାରିଖ ମଙ୍ଗଳବାର ଦିନ ମାଆଙ୍କ ପ୍ରଥମ ପାଳି ଯାତ୍ରା ହେବାକୁ ଥିବା ବେଳେ ଚଳିତବର୍ଷ ୫ଟି ପାଳି ଯାତ୍ରା ଉପରେ ପ୍ରଶାସନିକ କଟକଣା ଲାଗିଛି । ଝାମୁ ଯାତ୍ରା ଦିନ ଭକ୍ତମାନଙ୍କୁ ମନ୍ଦିର ପ୍ରବେଶ ଉପରେ ସମ୍ପୂର୍ଣ୍ଣ ବାରଣ କରାଯାଇଥିବାବେଳେ ସେବାୟତମାନେ କୋଭିଡ ନିୟମ ମାନି ମା’ଙ୍କ ନୀତି କାନ୍ତି, କରିବେ । ଅନ୍ୟ ଦିନମାନଙ୍କରରେ ଭକ୍ତମାନେ କୋଭିଡନୀୟମମାନି ମାଙ୍କ ଦର୍ଶନ କରିପାରିବେ । ଆଜି କାକଟପୁର ଡାକ ବଙ୍ଗଳାଠାରେ ମନ୍ଦିର ପରିଚାଳନା କମିଟି ଆୟୋଜିତ ବୈଠକରେ ଏହି ନିଷ୍ପତି ହୋଇଥିବା ର ଜଣାପଡିଛି ।

Leave A Reply

Your email address will not be published.