ଏପ୍ରିଲ ପହିଲାରୁ କଡାକଡି ହେବ ଚେକିଂ

0 311

ଭୂବନେଶ୍ୱର,୨୭/୩(ଏସ୍‌ଏସ୍ ନିୟୁଜ) ଏପ୍ରିଲ ଏକ ତାରିଖରୁ କଡ଼ାକଡ଼ି ହେବ ଚାଲାଣ କାଟି ବା । ଟ୍ରାଫିକ୍ ନିୟମ ଉଲ୍ଲଘଂନ କରୁଥିବା ଚାଳକମାନଙ୍କଠାରୁ ଜରିମାନା ଆଦାୟ କରାଯିବ ।ଏଥର ଚାଲଣ କାଟିବେ ଗ୍ରାଜୁଏଟ୍ କ‌ନେଷ୍ଟବଳ ।ଏବେ ସେମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । କମିସନରେଟ୍ ପୁଲିସ ର ସୁପାରିସ କ୍ରମେ ରାଜ୍ୟ ସଡ଼କ ପରିବହନ ବିଭାଗ ମୋହର ମାରିଛି।ଏହା କେବଳ ପରିକ୍ଷଣ ସ୍ୱରୁପ ୧ବର୍ଷ ପାଇଁ ଟୁଇନସିଟିରେ ପାଇଲଟ୍ ପ୍ରୋଜେକ୍ଟ ଭାବରେ କାର୍ଯ୍ୟକ୍ଷମ ହେବ । ଆଗରୁ ଏଏସଆଇ ପଦବୀ ପର୍ଯ୍ୟନ୍ତ ଚାଲଣ କାଟୁଥିଲେ ।ଗୋଟେ ପଟେ ଆବଶକିୟ ପୋଲିସ ଅଧିକାରୀମାନଙ୍କ ପଦବୀ କମ୍ ଥିବାରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ହୋଇପାରୁନଥିଲା ଓ ଆବଶ୍ୟକ ଚାଲାଣ କାଟିବା ମଧ୍ୟ ସମ୍ଭବ ହେଉନଥିଲା। ଏହି ସୁପାରିସରେ ସରକାର ମୋହର ମାରିବା ପରେ କମିସନରେଟ୍ ପୁଲିସରେ ବିଭିନ୍ନ ଥାନା ଓ ଟ୍ରାଫିକ୍ ଥାନାରେ କାର୍ଯ୍ୟକରୁଥିବା ଗ୍ରାଜୁଏଟ୍ କନେଷ୍ଟବଳ ଚିହ୍ନଟ କରି ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।ଏଥିନିମନ୍ତେ ଆବଶ୍ୟକ ଥିବା ଇ-ଚାଲାଣ ମେସିନ ପାଇଁ କମିସନରେଟ୍ ପୁଲିସ ପରିବହନ ବିଭାଗକୁ ଏ ନେଇ ଚିଠି ଲେଖିଥିବାର ଜଣାପଡିଛି ।ତେବେ ଏପ୍ରିଲ ଏକ ତାରିଖରୁ ଏହି ପ୍ରକ୍ରିୟା କଡ଼ାକଡ଼ି କରିବା ପାଇଁ ଯୋଜନା ରଖିଛି କମିସନରେଟ୍ ପୁଲିସ ।

Leave A Reply

Your email address will not be published.