ବଢିଲା ବିଦ୍ୟୁତ ଦର

0 314

ଭୁବନେଶ୍ୱର, ୨୭/୩(ଏସ୍‌ଏସ୍‌ନିୟୁଜ) ରାଜ୍ୟରେ ଘରୋଇ ଉପଭୋକ୍ତାଙ୍କ ପାଇଁ ବଢିଲା ବିଦ୍ୟୁତ ଦର । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଏହି ନିଷ୍ପତ୍ତି ନେଇଛି । ସବୁ ସ୍ଲାବରେ ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି ହୋଇଥିବାବେଳେ ଆସନ୍ତା ଏପ୍ରିଲ ମାସ ୪ ତାରିଖରୁ ଲାଗୁ ହେବ ବର୍ଦ୍ଧିତ ଦର । ବିପିଏଲ୍ ଓ କୃଷି ଜଳସେଚନ କ୍ଷେତ୍ରରେ ଏହି ନୀୟମ ଲାଗୁ ହେଉନଥିବାବେଳେ ୨୦୨୧-୨୨ ପାଇଁ ବିଦ୍ୟୁତ ଦର ଘୋଷଣା ହୋଇଛି ।କିଲୋୱାଟ ପିଛା ସର୍ବନିମ୍ମ ୩୦ ପଇସା ବୃଦ୍ଧୀକୁ ମଞ୍ଜୁରୀ ମିଳିଛି । ବର୍ଦ୍ଧିତ ଶୁଳ୍କ ଏପ୍ରିଲ ୪ ରୁ ଲାଗୁ କରାଯବି ନେଇ ସୂଚନା ମିଳିଛି । ବିପିଏଲ , ଜଳସେଚନ ଉପଭୋକ୍ତାଙ୍କ ଦର ଅପରିବତ୍ତିତ ରହିଛି । ମିଟର ରେଣ୍ଟ ମାସିକ ସର୍ବନିମ୍ମ ଚାର‌୍ୟ୍ୟ ମଧ୍ୟ ଅପରିବର୍ତ୍ତିତ ରହିଛି ।୨୦୨୧ -୨୨ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ଘୋଷଣା କରାଯାଇଛି । ଯେଉଁଥିରେ ୟୁନିଟ୍ ପିଛା ଦର ୩୦ ପଇସା ବଢିଛି । ପ୍ରଥମ ୫୦ ୟୁନିଟକୁ ଦର ୟୁନିଟ ପିଛା ୨.୭୦ରୁ ୩ ଟଙ୍କା, ୫୧ ରୁ ୨୦୦ ୟୁନିଟକୁ ୪.୫୦ରୁ ୪.୮୦, ୨୦୧ରୁ ୪୦୦ ୟୁନିଟକୁ ୫.୫୦ରୁ ୫.୮୦ , ୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ ପିଛା ଦର ୫.୯୦ରୁ ୬ଟଙ୍କା ୨୦ ପଇସା ବୃଦ୍ଧି ହୋଇଛି । ଘରୋଇ ଓ ସିଙ୍ଗଲ ଫେଜ୍ ଉପଭୋକ୍ତାଙ୍କ ପାଇଁ ୨ ପ୍ରତିଶତ ରିହାତି ମିଳିବ । ପ୍ରିପେଡ ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ମଧ୍ୟ ୨ ପ୍ରତିଶତ ରିହାତି ରହିଛି । ତେବେ ଏପ୍ରିଲ ୪ରୁ ବର୍ଦ୍ଧିତ ଦର ଲାଗୁ ହେବାନେଇ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ନିଷ୍ପତ୍ତି ନେଇଥିବାର ଜଣାପଡିଛି ।

Leave A Reply

Your email address will not be published.