ରାଜଧାନୀରେ ସାପ ବିଷ ବେପାର

0 301

ଭୁବନେଶ୍ୱର,୨୭/୩(ଏସ୍‌ଏସ୍‌ନିୟୁଜ) ରାଜଧାନୀ ଭୁବନେଶ୍ୱରରେ ବେଧଡ଼କ ଚାଲିଛି ସାପ ବିଷ ବେପାର। ଆଉ ଏହି ରାକେଟର ପର୍ଦ୍ଦାଫାଶ୍ କରିଛି ବନ ବିଭାଗ। ଆଜି ବନ ବିଭାଗ ସାପ ବିଷ ବେପାର ଘଟଣାରେ ୬ଜଣଙ୍କୁ ଗିରଫ କରିଛି। ତେବେ ଏହି ୬ ଜଣଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି, ଯିଏ ଏହି ବେପାରର ମାଷ୍ଟର ମାଇଣ୍ଡ କୁହାଯାଉଛି। ସେମାନଙ୍କ ଠାରୁ ବନ ବିଭାଗ ୧ ଲିଟର ୬ ଶହ ମିଲିଲିଟର ସାପ ବିଷ ଜବତ କରିଛି।
ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲାରୁ ଗୌତମ ନାମକ ଜଣେ ମାଷ୍ଟର ମାଇଣ୍ଡ ଏହି ସାପ ବିଷକୁ ପଠାଇଥିଲା। ଏଥିପାଇଁ ୧୦ ଲକ୍ଷ ଟଙ୍କାର ଡିଲ୍ ବି ହୋଇଥିଲା। ଏମାନେ ରାଜଧାନୀରେ ଏହି ସାପ ବିଷ ଧରି ଠିକଣା ଜାଗାକୁ ଚାଲାଣ କରିଥାନ୍ତେ ଅଭିଯୁକ୍ତ। ସେଥିପାଇଁ ଔଷଧ ନାଁରେ ଚାଲାଣ କରିବା ପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରି ସାରିଥିଲେ। କିନ୍ତୁ କୌଣସି ସୂତ୍ରରୁ ସୂଚନା ପାଇ ବନ ବିଭାଗର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଏକକାଳୀନ ମାଷ୍ଟରକ୍ୟାଣ୍ଟିନ୍ ଏବଂ ଏୟାର ପୋର୍ଟରେ ଚଢ଼ାଉ କରି ୨ଟି ଗ୍ରୁପକୁ ଧରିବାରେ ସଫଳ ହୋଇଛି।ଅନ୍ତର୍ଜାତୀୟ ବଜାରରେ ଏହି ସାପ ବିଷକୁ ପ୍ରାୟ ୧୦ କୋଟି ଟଙ୍କାରେ ଡିଲ୍ କରିବାକୁ ଯୋଜନା ଥିବାବେଳେ ବଜାରରେ ପ୍ରାୟ ୧୫ କୋଟି ଟଙ୍କାରେ ବିକ୍ରି ହୋଇଥାନ୍ତା। ସାପ ବିଷ କାରବାର ଧରିବାକୁ ବନବିଭାଗର ଜଣେ କର୍ମଚାରୀ ଅଣ୍ଡରକଭର ଏଜେଣ୍ଟ୍ ସାଜି ଡିଲର ପର୍ଦ୍ଦାଫାଶ କରିଥିଲେ। ଏହି ରାକେଟ ଧରା ପଡିବା ପରେ ଜବତ ସାପ ବିଷ କେଉଁ ପ୍ରକାରର ଏବଂ କେଉଁଠାରୁ ଆସୁଛି ଏହାର ଯାଞ୍ଚ ପାଇଁ ଲ୍ୟାବକୁ ପଠାଯିବ ବୋଲି ବନ ବିଭାଗ କହିଛି।

 

Leave A Reply

Your email address will not be published.