ଦରକାର ନାହିଁ ଆନ୍ଧ୍ରର ଭତ୍ତା, ଆବଶ୍ୟକ ଅଛି ଓଡିଶା ରାସ୍ତା

ଖବର ଆଜିର,ତାରିଖ ୨୭-୦୩-୨୦୨୧/ ଶନିବାର

0 297

୧-ମୁମ୍ବାଇର ଏକ କୋଭିଡ୍ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୧ ଜଣ ରୋଗୀ ପ୍ରାଣ ହରାଇଛନ୍ତି।
୨-ପର୍ବପର୍ବାଣୀରେ କଟକଣା : ୨୦୦ ଲୋକରେ ପାଳନ ହେବ ଉତ୍କଳ ଦିବସ, ବଡ଼ ସମାବେଶକୁ ବାରଣ ।
୩-ବିକ୍ରି ହୋଇଗଲା ଭୁଷଣ ଷ୍ଟିଲ୍‌, ଏବେ ପରିଚାଳନା ଭାର ସମ୍ଭାଳିବ ଜିନ୍ଦଲ୍ ।
୪-ବାଂଲାଦେଶରେ ମୋଦୀଙ୍କ ଗସ୍ତକୁ ବିରୋଧ କରି ହିଂସା, ୪ ନିହତ, ୫୦ରୁ ଅଧିକ ଆହତ ।
୫-ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାରଏଥର ପଶ୍ଚିମବଙ୍ଗ ନିର୍ବାଚନରେ ମମତା ଦିଦିଙ୍କ ଖେଳ ଶେଷ ହେବ – ଧର୍ମେନ୍ଦ୍ର ପ୍ରଧାନ ।
୬-ପ୍ରକାଶ ପାଇଲା ୨୦୨୦ ବର୍ଷ ପାଇଁ ଗୃହ ବିଭାଗର ଶ୍ୱେତପତ୍ର । ରାଜ୍ୟରେ ଦିନକୁ ୨୮ ଚୋରି, ୮ ଦୁଷ୍କର୍ମ ମାମଲା ।
୭-କେନ୍ଦ୍ରକୁ ରାଜ୍ୟର ଚିଠି : ଟିକା ଯୋଗାଣରେ ରାଜ୍ୟ ରାଜ୍ୟ ମଧ୍ୟରେ ପାତରଅନ୍ତର କରାଯିବା ଉଚିତ ନୁହେଁ ।
୮-ପିପିଲି ଉପ ନିର୍ବାଚନ: ଯୁବ ଚେହେରା ବାଛିଲା ବିଜେଡି । ରୁଦ୍ର ପ୍ରସାଦଙ୍କୁ ମିଳିଲା ବିଜେଡି ଟିକେଟ୍
୯-ବଢ଼ୁଛି କରୋନା, ବଢ଼ିଲା କଟକଣା । ଗୁଡଫ୍ରାଇଡେ, ପଣାସଂକ୍ରାନ୍ତି, ରାମନବମୀ ସାମୂହିକ ଉତ୍ସବ ପାଳନ ମନା । କଟକଣା ଭିତରେ କରାଯିବ ରୀତିନୀତି ।
୧୦-ସୁରଟରୁ ଓଡିଶା ଆସୁଛି ଟ୍ରେନ । ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇଲେ ଶହ ଶହ ସୁରଟ ଫେରନ୍ତା । ରେଳ ଷ୍ଟେସନରେ ପ୍ରତ୍ୟେକ ଯାତ୍ରୀଙ୍କ ସ୍କ୍ରିନିଂ କରୁଛି ପ୍ରଶାସନ ।
୧୧-କରୋନାରେ ବେହାଲ ମହାରାଷ୍ଟ୍ର, ଉଦ୍ଧବ ସରକାରଙ୍କ ବଡ ନିଷ୍ପତ୍ତି- ମାର୍ଚ୍ଚ ୨୮ରୁ ସମଗ୍ର ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ।
୧୨-ଇଜିପ୍ଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା; ୩୨ ମୃତ ।
୧୩-ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ଜୁନ୍ ସୁଧା Air India କୁ ମିଳିଯିବେ ନୂଆ ମାଲିକ ।
୧୪-ପଦାରେ ପଡିଲା ଆନ୍ଧ୍ର ପ୍ରଦେଶର ଭିତିରି କଥା । ଓଡିଶା ନେତାଙ୍କୁ ଭେଟିଲେ ଆନ୍ଧ୍ର ଜନତା । କହିଲେ, ଆମକୁ ଦରକାର ନାହିଁ ଆନ୍ଧ୍ରର ଭତ୍ତା, ଆବଶ୍ୟକ ଅଛି ଓଡିଶା ରାସ୍ତା ।
୧୫-Bit coin ନିୟନ୍ତ୍ରଣ ଲାଗି ଭାରତର ପ୍ରଥମ ପଦକ୍ଷେପ, କମ୍ପାନୀମାନଙ୍କୁ ଦେବାକୁ ହେବ କ୍ରେଫ୍ଟୋ କରେନ୍ସି ନେଣଦେଣର ତଥ୍ୟ ।
୧୬-୨୮ ଲକ୍ଷ ଟଙ୍କାର ମାସ୍କ ସାଇବର ଠକେଇ: ହରିୟାଣାରୁ ଅଭିଯୁକ୍ତ ଗିରଫ, ୧୦ ଲକ୍ଷ ଟଙ୍କା ଜବତ  ।
୧୭-ଦ୍ବିତୀୟ ଦିନିକିଆ: ୩୩୭ରନ୍ ଟାର୍ଗେଟ୍ ଦେଲା ଭାରତ, ୪ ୱିକେଟ୍ ହରାଇ ବିଜୟ ହାସଲ କଲା ଇଂଲଣ୍ଡ । ଶୁଭ ସକାଳ,ସୁପ୍ରଭାତ।

Leave A Reply

Your email address will not be published.