ହାଇୱା ଅଟୋ ମୁହାଁ ମୁହିଁ ଧକ୍କା, ୩ ମୃତ

0 160

ଆନନ୍ଦପୁର, ୨୧/୪(ଏସ ଏସ ନିଉଜ) କୋଡପଡା ଛକ ନିକଟରେ ଚିପ୍ସ ବୋଝେଇ ହାଇୱା ସହ ଯାତ୍ରୀବାହୀ ଅଟୋ ମୁହାଁ ମୁହିଁ ଧକ୍କା ହୋଇଛି ।ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ
୩ ଅଟୋ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଅଟୋକୁ ଧକ୍କା ଦେଇ ହାଇୱାଟି ରାସ୍ତାକଡ଼କୁ ଓଲଟି ପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.