ମଣ୍ଡଳ ସ୍ତରୀୟ ସ୍ୱାସ୍ତ୍ୟ ମେଳା

0 355

ବାରଙ୍ଗ,୨୧/୪(ଏସ ଏସ ନିଉଜ) ଗୁରୁବାର ମେଣ୍ଢାଶାଳ ଗୋଷ୍ଟି ସ୍ୱାସ୍ତ୍ୟକେନ୍ଦ୍ର ପରିସରରେ ଆଜାଦିର ଅମୃତ ମହସ୍ତବ ଉପଲକ୍ଷେ ମଣ୍ଡଳ ସ୍ତରୀୟ ସ୍ୱାସ୍ତ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି।ଏହାକୁ ଜଟଣୀ ବିଧାୟକ ସୁରେଶକୁମାର ରାଉତରାୟ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ।ଏହି ମେଳାରେ ରକ୍ତଦାନ ଶିବିର,ଭେଷଦ ଚିକିତ୍ସା,ଚକ୍ଷୁ ଚିକିତ୍ସା,ଶିଶୁରୋଗ,ସ୍ତ୍ରୀ ଓ ପ୍ରସୂତି,ଚର୍ମ,ଯୌନ,ଶଲ୍ୟ,ଆୟୁର୍ବେଦିକ,ହୋମିଓପାଥୀକ ଚିକିତ୍ସାର ବ୍ୟବସ୍ତା ହୋଇଥିଲା।ମେଳା ପରିସରରେ ହୋଇଥିବା ରକ୍ତଦାନ ଶିବିରକୁ ସାଂସଦ ଅପରାଜିତା ଷଡଙ୍ଗୀ ଉଡଘଟିତ କରିଥିଲେ ।ଏଥିରେ ୫ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଏହି ମେଳାରେ ମାଗଣା ଔଷଧ ବଣ୍ଟନ ଓ ଚିକିତ୍ସାର ବ୍ୟବସ୍ଥା ହୋଇଥିଲା।ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆରତ
ବନ୍ଧୁ ନାୟକ, ଡା, ପ୍ରଶାନ୍ତଦାସ,ଡା,ପ୍ରକାଶ ବାନାର୍ଜୀ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ଉପଯୁକ୍ତ ସ୍ୱାସ୍ତ୍ୟ ସେବା ଯୋଗାଇଦେବାକୁ ଆହ୍ୱାନ ଦେଇଥିଲେ।ମେଣ୍ଢାଶାଳ ସ୍ୱାସ୍ତ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସା ଅଧିକାରୀ ମୋହନ ହେମ୍ରମ ଏହି ମେଳାର ପୌରହିତ୍ୟ କରିଥିଲେ ।ଭୁବନେଶ୍ୱର ବ୍ଲକର ବିଭିର୍ଣ ଗ୍ରାମରୁ ଆସିଥିବା ୯୦୯ ଜଣଙ୍କୁ ବିଭିର୍ଣ ରୋଗ ନିରୂପଣ କରାଯାଇ ଔଷଧ ବିତରଣ କରାଯାଇଥିଲା।ଶେଷରେ ନୃତ୍ୟ ପରିବେଷଣ ହୋଇଥିଲା।

 

କେନ୍ଦ୍ର

Leave A Reply

Your email address will not be published.